Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ବାବରଙ୍କ ପ୍ରଶଂସାରେ ଶତମୁଖ ବିରାଟ

ନୂଆଦିଲ୍ଲୀ,୧୩।୮: କ୍ରିକେଟ ବିଶ୍ୱକପ୍‌ ୨୦୨୩କୁ ଖୁବ୍‌ କମ୍‌ ସମୟ ବାକି। ପ୍ରଥମ ଥର ଲାଗି ଭାରତର ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ଟୁର୍ନାମେଣ୍ଟ ଲାଗି କ୍ୱାଲିଫାଇ କରିବା ଲାଗି ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏସବୁ ମଧ୍ୟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି। ସେ ବାବରଙ୍କ ସହ ପ୍ରଥମ ଦେଖାକୁ ମଧ୍ୟ ମନେ ପକାଇଛନ୍ତି।

ଷ୍ଟାର ସ୍ପୋଟ୍ସର ଏକ ରିପୋର୍ଟ ଅନୁଯାୟୀ, ବିରାଟ ୨୦୧୯ ଦିନିକିଆ ବିଶ୍ୱକପ୍‌ ସମୟରେ ବାବରଙ୍କୁ ଭେଟିଥିଲେ। ଦୁହେଁ ଏକାଠି ବସିବା ସହ ଖେଳ ବିଷୟରେ କଥା ହୋଇଥିଲେ। ପ୍ରଥମ ଦିନରୁ ସେ ବିରାଟଙ୍କୁ ସମ୍ମାନ ଏବଂ ସ୍ନେହ ଦେଇ ଆସୁଛନ୍ତି। ଆଜିଯାଏ ତାହା ବଦଳିନାହିଁ। ସେ ସମସ୍ତ ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେବା ସତ୍ତ୍ୱେ ସମ୍ମାନ କରିବା ବଡ଼ କଥା। ଲଗାତାର ଭାବେ ସେ ଭଲ ଖେଳୁଛନ୍ତି। ତାଙ୍କୁ ଖେଳୁଥିବା ଦେଖିବା ସବୁବେଳେ ପସନ୍ଦ କରନ୍ତି ବୋଲି କୋହଲି କହିଛନ୍ତି।

Share