ଭାରତୀୟ କ୍ରିକେଟ ଦଳର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ତେଣୁ ଏହି ସମୟରେ ସ୍ତ୍ରୀଙ୍କ ସହ ରହିବା ପାଇଁ କୋହଲି ବିସିସିଆଇକୁ ପିତୃତ୍ୱ ଛୁଟି ପାଇଁ ଅନୁରୋଧ କରିଥିଲେ। ବୋର୍ଡ ମଧ୍ୟ କୋହଲିଙ୍କୁ ଏଥିପାଇଁ ଅନୁମତି ଦେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ଟି ଟେଷ୍ଟ ମ୍ୟାଚରେ ଅଜିଙ୍କେ ରାହାଣେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତ ୮ ଉଇକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚର ୨ୟ ଇନିଂସରେ ଭାରତ ମାତ୍ର ୩୬ ରନରେ ପାଳିସମାପ୍ତି ଘେଶଷଣା କରିଥିଲା॥ ଯାହାକି ଟେଷ୍ଟ କ୍ରିକେଟରେ ଭାରତର ଏହା ସର୍ବନିମ୍ନ ସ୍କୋର। ମ୍ୟାଚ ହାରିବା ପରେ ଭାରତ ଏବେ ଚାରିମ୍ୟାଚ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି। ୨ୟ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ମେଲବନର୍ର୍ରେ ଖେଳାଯିବ। କୋହଲି ଅଧାରୁ ସ୍ବଦେଶ ଫେରିବା ଦଳ ପାଇଁ ଝଟ୍କା ହୋଇପାରେ।