Categories: ଖେଳ

ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ। ଏହି ସିରିଜ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଦୁଇଟି ଷ୍ଟାଟସ ପୋଷ୍ଟ କରିଛନ୍ତି। ଏନେଇ ପ୍ରଶଂସକମାନେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି।
ବିରାଟ ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫଟୋ ସହିତ ଲେଖିଛନ୍ତି, ଖ୍ୟାତି ଲାଭ କରିବାର ଇଚ୍ଛା ଏକ ରୋଗ ଏବଂ ଦିନେ ମୁଁ ଏହି ରୋଗରୁ ମୁକ୍ତ ହେବାକୁ ଚାହେଁ। ଖ୍ୟାତି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜୀବନକୁ ଅନୁଭବ କରିବା ଏବଂ ଠିକ ରହିବା ଯଥେଷ୍ଟ।
କୋହଲି ଟମ ହ୍ୟାଙ୍କସ୍‌ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଟମ କହୁଛନ୍ତି, ମୁଁ ଜାଣିଥାନ୍ତି କି, ଏହା ବିତିଯିବ। ଆପଣ ବର୍ତ୍ତମାନ ଖରାପ ଅନୁଭବ କରୁଛନ୍ତି କି? ଆପଣ ରାଗ ଆସୁଛି କି? ଏହା ମଧ୍ୟ ବିତିଯିବ।
ବିରାଟ କୋହଲି କାହିଁକି ଇନଷ୍ଟାଗ୍ରାମରେ ଏଭଳି ଷ୍ଟାଟସ ପୋଷ୍ଟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରଶଂସକମାନେ ଏହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ବିରାଟ କୋହଲି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଶେୟାର କରିଥିଲେ। ଏହାପୂର୍ବରୁ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଦୁବାଇ ଛୁଟି କାଟିବାକୁ ଯାଇଥିଲେ। ଏହାପରେ ସେ ବୃନ୍ଦାବନ ଯାଇଥିଲେ।

Share