Categories: ଖେଳ

ଫାଇନାଲ୍‌ ହାରିବା ପରେ ଏମିତି କହିଲେ କୋହଲି

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଫାଇନାଲ ହାରିଯିବା ପରେ ବିରାଟ କୋହଲି ଦଳର ଭୁଲ ବିଷୟରେ ଉଲ୍ଲେଖ କରିଥିଲେ କିନ୍ତୁ ଏହି ମ୍ୟାଚରେ ଏକାଦଶ ଚୟନକୁ ନେଇ ପଶ୍ଚାତାପ ନାହିଁ ବୋଲି କହିଥିଲେ। ମ୍ୟାଚ ପରେ ବିରାଟ କୋହଲି କହିଛନ୍ତି ଯେ, ଫାଇନାଲ୍‌ର ଗୋଟିଏ ଦିନ ପୂର୍ବରୁ ଏକାଦଶ ଖେଳିବା ଘୋଷଣା କରିଥିବାରୁ ସେ କୌଣସି ଦୁଃଖିତ ନୁହଁନ୍ତି। କାରଣ ତୁମ ଦଳରେ ସର୍ବଦା ଅଲରାଉଣ୍ଡର ଦରକାର। ଆମ ଦଳର କିଛି ବ୍ୟାଟ୍ସମ୍ୟାନ୍‌ ରନ୍‌ କରିବାରେ ବିଫଳ ହୋଇଥିଲେ ତେଣୁ ଆମେ ପରାଜୟର ସାମ୍ନା କରିଥିଲୁ ବୋଲି କହିଛନ୍ତି। ତାଙ୍କ ଦଳ ୩୦ରୁ ୪୦ ରନ କମ ସ୍କୋର କରିଛି। ବିରାଟ କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ ଟେଷ୍ଟ କ୍ରିକେଟ ପାଇଁ ସର୍ବୋତ୍ତମ ଟୁର୍ନାମେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି, ଟେଷ୍ଟ କ୍ରିକେଟ ହେଉଛି ହୃଦସ୍ପନ୍ଦନ ଏବଂ ଏହି ଟୁର୍ନାମେଣ୍ଟ ଆରମ୍ଭ କରି ଆଇସିସି ବହୁତ ଭଲ କାମ କରିଛି।

Share