ନୂଆଦିଲ୍ଲୀ,୮।୨: “ଅତୀତରେ କିଛି ଫ୍ରାଞ୍ଚାଇଜ ମୋତେ ଅକ୍ଶନରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବାଛିଥିଲି”। ଏଭଳି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି।
୮ ବର୍ଷ ଧରି ଆରସିବିର ନେତୃତ୍ୱ ନେବା ପରେ ଗତବର୍ଷ ଷ୍ଟାର ବ୍ୟାଟର ଅଧିନାୟକ ପଦରୁ ଓହରି ଯାଇଥିଲେ। ଲିଗ୍ର ଏକମାତ୍ର ଖେଳାଳି ଭାବେ କୋହଲି ଆରମ୍ଭରୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାଞ୍ଚାଇଜ ପାଇଁ ଖେଳି ନାହାନ୍ତି।
“ମୋତେ କିଛି ଫ୍ରାଞ୍ଚାଇଜ ଅକ୍ଶନ ପାଇଁ ନାମ ପଞ୍ଜୀକୃତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ମୁଁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଆରସିବି ପ୍ରଥମ ୩ ବର୍ଷରେ ମୋ ଉପରେ ବିଶ୍ୱାସ ଦେଖାଇଥିଲା, ତାହା ମୋ ପାଇଁ ସ୍ବତନ୍ତ୍ର ଥିଲା” ବୋଲି ୩୩ ବର୍ଷୀୟ ବ୍ୟାଟର କହିଛନ୍ତି।