Categories: ଖେଳ

ବିଶ୍ୱରେକର୍ଡ ହାସଲ କଲେ କୋହଲି, ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ

ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଇନିଂସରେ ତିନି ରନ ସ୍କୋର କରିବା ପରେ କୋହଲି ୱେଷ୍ଟଇଣ୍ଡିଜ ଅଧିନାୟକ କ୍ଲାଇବ ଲଏଡ (୫୨୩୩)ଙ୍କୁ ପଛରେ ପକାଇ ଦେଇଥିଲେ। କୋହଲି ଅଧିନାୟକ ଭାବରେ ହାରାହାରି ୬୧ରେ ୫୨୭୬ ରନ ସଂଗ୍ରହ କରିଛନ୍ତି। ସେମାନଙ୍କଠାରୁ ଠିକ ଆଗରେ ଅଛନ୍ତି ଗ୍ରାମ ସ୍ମିଥ (୮,୬୫୯) ଏବଂ ଆଲାନ ବଡର୍ର୍‌ (୬,୬୨୩) ଏବଂ ରିକି ପଣ୍ଟିଂ (୬,୫୪୨)। କୋହଲି ପ୍ରଥମ ଇନିଂସରେ ୧୧ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୬୮ ରନ ସଂଗ୍ରହ କରିଛନ୍ତି। କୋହଲି ଭାରତୀୟ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୪୩୦ ମ୍ୟାଚରେ ଲାରା ୨୨୩୫୮ ରନ ସଂଗ୍ରହ କରିଛନ୍ତି। ଏଥି ସହିତ କୋହଲି ଏପର୍ଯ୍ୟନ୍ତ ୪୨୪ଟି ମ୍ୟାଚରେ ୨୨୩୬୭ ରନ ସଂଗ୍ରହ କରିଛନ୍ତି।

Share