Categories: ଖେଳ

ମାଟ୍ରିକ ମାର୍କଶିଟ୍‌ ଶେୟାର କଲେ କୋହଲି: ଜାଣନ୍ତୁ କେଉଁ ବିଷୟରେ ରଖିଥିଲେ କେତେ ନମ୍ବର

ନୂଆଦିଲ୍ଲୀ,୨୦।୩: ଭାରତର ତାରକା ଖେଳାଳି ବିରାଟ କୋହଲି ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି। ତାଙ୍କ ଟିମ୍‌ ଆର୍‌ସିବି ଏହାର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଆଇପିଏଲରେ ସମସ୍ତ ଆରସିବି ପ୍ରଶଂସକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷାକୁ ଅପେକ୍ଷା କରିଛନ୍ତି।
ବିରାଟ ତାଙ୍କ ଦଶମ ଶ୍ରେଣୀର ମାର୍କଶିଟ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ବିରାଟଙ୍କ ମାର୍କଶିଟ୍‌ରେ ମୋଟ ୬ଟି ବିଷୟ ଅଛି। କୋହଲି ଇଂରାଜୀରେ ୮୩, ହିନ୍ଦୀ କୋର୍ସ-ବିରେ ୭୫, ଗଣିତରେ ୫୧, ବିଜ୍ଞାନରେ ୫୫, ସାମାଜିକ ବିଜ୍ଞାନରେ ୮୧ ଏବଂ ଇନ୍‌ଟ୍ରୋଡକ୍ଟୋରି ଆଇଟିରେ ୭୪ ନମ୍ବର ରଖିଥିଲେ।
ମାର୍କଶିଟ ଶେୟାର କରି ବିରାଟ ଲେଖିଛନ୍ତି – ଆପଣଙ୍କ ମାର୍କଶିଟରେ ଯେଉଁ ଜିନିଷଗୁଡ଼ିକ କମ୍‌ ଥାଏ ତାହା ଆପଣଙ୍କ ଚରିତ୍ରରେ କିପରି ଅଧିକ ଯୋଗକରେ, ତାହା ମଜାଳିଆ ଅଟେ।

Share