ଦୁବାଇ,୯।୯: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ୧୨୨ ରନର ଚମତ୍କାର ଇନିଂସ ଖେଳି ୭୧ ତମ ଶତକର ଅପେକ୍ଷା ଶେଷ କରିଥିଲେ। ଚମତ୍କାର ଇନିଂସ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ସାକ୍ଷାତକାର ଦେଇଥିଲେ। ରୋହିତ ପ୍ରଥମେ ବିରାଟଙ୍କୁ ତାଙ୍କର ୭୧ତମ ଶତକ ପାଇଁ ଅଭିନନ୍ଦନ ଜଣାଇ କହିଥିଲେ, ସମଗ୍ର ଦେଶ ତୁମର ଏହି ଶତକକୁ ଅପେକ୍ଷା କରିଥିଲେ ଏବଂ ମୁଁ ନିଶ୍ଚିତ ଯେ ତୁମେ ଅଧିକ ଅପେକ୍ଷା କରିଛ। ଆମେ ଜାଣିଥିଲୁ ଏହି ଇନିଂସ ଆସିବ ଏବଂ ତୁମେ ଏଭଳି ରେକର୍ଡ ସୃଷ୍ଟି କରିବେ। ତୁମେ ଭଲ ସଟ ଖେଳିଛ। ସଠିକ ବୋଲରମାନଙ୍କୁ ଟାର୍ଗେଟ କରିଥିଲ।
ବିରାଟଙ୍କୁ ପ୍ରଶ୍ନ ପଚାରିବାବେଳେ ରୋହିତ ସମ୍ପୂର୍ଣ୍ଣ ହିନ୍ଦୀରେ କହିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି କୋହଲି ହସି ହସି କହିଥିଲେ, ପ୍ରଥମ ଥର ମୋ ସହିତ କଥାବାର୍ତ୍ତା କରୁଥିବାବେଳେ ଏପରି ଶୁଦ୍ଧ ହିନ୍ଦୀ କହୁଛ। ଏହା ଉପରେ ରୋହିତ କହିଥିଲେ, ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରଶ୍ନ କରିବା ଯୋଜନା ଥିଲା। କିନ୍ତୁ ଯଦି ହିନ୍ଦୀରେ ଯେହେତୁ ଲୟ ଅଛି, ଏହି ଭାଷାରେ କଥା ହେବାକୁ ସ୍ଥିର କଲେ।
ବିରାଟ ରୋହିତଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ମ୍ୟାଚ ତାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଦଳ ଜିତିବାର ଉଦ୍ଦେଶ୍ୟ ନେଇ ଆସିଥିଲା ଏବଂ ଆମର ଲକ୍ଷ୍ୟ ହେଉଛି ଟି-୨୦ ବିଶ୍ୱକପ ଜିତିବା। ମୁଁ ବ୍ରେକ୍ରୁ ଫେରିବା ପରେ ମୋର ଦୃଷ୍ଟିକୋଣ ବଦଳି ଯାଇଛି। ୧୦-୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ଏକ ମାସ ପର୍ଯ୍ୟନ୍ତ ବ୍ୟାଟ ଛୁଇଁ ନ ଥିଲି। ଫରିବା ପରେ ମୁଁ ଦଳ ପାଇଁ କ’ଣ କରିପାରିବି ସେଥିପାଇଁ ଉତ୍ସାହିତ ଥିଲି।