ନୂଆଦିଲ୍ଲୀ,୪।୪: ଓ୍ବାଲର୍ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛି କୋହଲିଙ୍କ ଫାଉଣ୍ଡେଶନ। ଭିଭାଲଡିସର ମିଳିତ ଆନୁକୂଲ୍ୟରେ ତାଙ୍କ ଫାଉଣ୍ଡେଶନ କାମ କରିବ। ଏନେଇ ବିରାଟ ଏକ ଟୁଇଟ କରି ସୂଚନା ଦେଇଛନ୍ତି। ଏହି କାମ ପାଇଁ ପ୍ରେରଣା ଦେଇଥିବାରୁ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ତେବେ କୋହଲିଙ୍କ ଫାଉଣ୍ଡେଶନ ବୁଲା ପଶୁଙ୍କ ପାଇଁ ସୁରକ୍ଷିତ ସ୍ଥାନ ‘ପଶୁଗୃହ’ ନିର୍ମାଣ କରିବ। ଏଥିସହ ସହରର ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରାଣୀମାନଙ୍କ ପାଇଁ ସହଜ ଚିକିତ୍ସା ସୁବିଧା ନିଶ୍ଚିତ କରିବ।
To ensure health & support to stray animals, @vkfofficial has now taken its first step towards animal welfare in collaboration with Vivaldis. I want to thank my wife @AnushkaSharma for inspiring me by her passion towards animals & for being a constant advocate for animal rights. https://t.co/OWWL6z33W0
— Virat Kohli (@imVkohli) April 4, 2021
ପ୍ରକାଶ ଯେ, ଏବେ କୋହଲି ଚେନ୍ନାଇରେ ଅଛନ୍ତି। ଆଇପିଏଲ୍ ୨୦୨୧ ପୂର୍ବର ୭ ଦିନ ସେ ପୃଥକବାସରେ ରହିବେ। ୩୨ ବର୍ଷୀୟ କୋହଲି ଭାରତ-ଇଂଲଣ୍ଡ ସିରିଜ ପରେ ବାୟୋ ବବଲ ଛାଡ଼ିଥିଲେ। ସେଠାରୁ ସେ ଆର୍ସିବିର ବାୟୋ ବବଲ ସହ ଯୋଡ଼ି ହୋଇଛନ୍ତି। ଖୁବ୍ଶୀଘ୍ର ସେ ସାଥୀ ଖେଳାଳିଙ୍କ ସହ ଯୋଡ଼ି ହେବେ। ଲଗାତାର ୯ମ ଥର ପାଇଁ ସେ ଆର୍ସିବିର ମଙ୍ଗ ଧରିବାକୁ ଯାଉଥିବା ବେଳେ, ଚଳିତ ଥର ଦଳ ବିଜେତା ହେବାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।