Categories: ଖେଳ

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ଓଭରରେ ଏବି ଡି ଭିଲିୟର୍ସଙ୍କ ଅପରାଜିତ ୭୫ ସହାୟତାରେ ୧୭୧ ରନ ସ୍କୋର କରିଥିଲା। ଏହାର ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୧୭୦ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏକ ରୋମାଞ୍ଚକର ବିଜୟ ପରେ କୋହଲି କହିଛନ୍ତି ଯେ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ଏବଂ ଶିମରୋନ ହେଟମିୟରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଖିବା ପରେ ପରାଜୟ ଭୋଗିବା ଭଳି ଲାଗୁଥିଲା। ଏକ ସମୟରେ ଲାଗୁଥିଲା ଯେ ମ୍ୟାଚ ଆମ ହାତରୁ ଯାଉଛି। କିନ୍ତୁ ଶେଷ ଓଭରରେ ମହମ୍ମଦ ସିରାଜ ଆତ୍ମବିଶ୍ୱାସ ଦେଖାଇଥିଲେ। ଫଳରେ ମ୍ୟାଚ୍‌ ଆମ ହାତରେ ରହିଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସିରାଜଙ୍କ ସହ ମ୍ୟାଚ ପୂର୍ବରୁ ଧୂଳିଝଡକୁ ଧନ୍ୟବାଦ ଦେଇଥିଲେ କୋହଲି। କାରଣ ଧୂଳିଝଡ କାରଣରୁ ରାତିରେ କାକର ନ ଥିବାରୁ ଶୁଖିଲା ବଲରେ ଆମେ ବୋଲିଂ କରଥିଲୁ, ଯାହା ମ୍ୟାଚରେ ପରିବର୍ତ୍ତନ ଆଣିଥିଲା ବୋଲି ସେ କହିଛନ୍ତି।