Categories: ଖେଳ

ବଲ୍‌ରେ ସାଲିଭା ବ୍ୟବହାର କଲେ କୋହଲି

ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍‌ରେ ସାଲିଭା(ଲାଳ) ବ୍ୟବହାର କରିଛନ୍ତି। ଫଳରେ ସେ ଆଇସିସିର କୋଭିଡ-୧୯ ପ୍ରୋଟୋକଲ ଭଙ୍ଗ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶର୍ଟ କଭର ଅଞ୍ଚଳରେ ଫିଲ୍ଡିଂ କରୁଥିବାବେଳେ ସେ ବଲ୍‌କୁ ଅଟକାଇବାପରେ ସେଥିରେ ସାଲିଭା ଲଗାଇଥିଲେ। ପରେ ସେ ତତ୍‌କ୍ଷଣାତ୍‌ ଭୁଲ ବୁଝି ପାରିଥିଲେ ଏବଂ ବଲ୍‌କୁ ପୋଛି ସଫା କରିଦିଆ ଯାଇଥିଲା। ଗତସପ୍ତାହରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସାଲିଭା ବ୍ୟବହାର କରିଥିଲେ। ନିୟମ ଅନୁସାରେ କୌଣସି ଖେଳାଳି ବଲ୍‌ରେ ସାଲିଭା ବ୍ୟବହାର କଲେ ଅମ୍ପାୟର ତାହାକୁ ସଫାକରି ଖେଳ ଜାରି ରଖିବେ। ମାତ୍ର ଏହା ଜାରି ରହିଲେ ଅମ୍ପାୟର ଚେତାବନୀ ଦେଇପାରିବେ। ଏକ ଦଳକୁ ଗୋଟିଏ ଇନିଂସରେ ୨ ଥର ଚେତାବନୀ ଦିଆଯାଇପାରିବ। ଏହାପରେ ସେହି ଘଟଣା ଘଟିଲେ ଦଣ୍ଡ ସ୍ବରୂପ ଦଳର ସ୍କୋରରୁ ୫ ରନ କାଟି ଦିଆଯିବ।

Share