ପୁଣେ,୨୭।୪: ଦୀର୍ଘଦିନରୁ ବ୍ୟାଟିଂରେ ବିଫଳ ହେଉଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଆଇପିଏଲ୍ର ଚଳିତ ସିଜନରେ କୋହଲି ୫ ଇନିଂସରେ ୯, ୦,୦, ୧୨,୧ ରନ୍ କରିଛନ୍ତି। ତଥାପି ସେ ଖୁବ୍ଶୀଘ୍ର ଫର୍ମକୁ ଫେରିବେ ବୋଲି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗର।
ରାଜସ୍ଥାନ ରୟାଲ୍ସଠାରୁ ଆର୍ସିବି ୨୯ ରନ୍ରେ ପରାଜିତ ହେବା ପରେ ବାଙ୍ଗର କହିଛନ୍ତି, କୋହଲିଙ୍କ ଫର୍ମ ବିଷୟରେ କଥା ହେଲେ ସେ ଜଣେ ମହାନ କ୍ରିକେଟର। ସେ ପୂର୍ବରୁ ଏଭଳି ସମୟ ଦେଇ ଗତି କରିଛନ୍ତି। ତାଙ୍କ ଭିତରେ ଆଗ୍ରହ ଅଛି। ଖୁବ୍ଶୀଘ୍ର ସେ ଏହି କଠିନ ପର୍ଯ୍ୟାୟରୁ ବାହାରି ବଡ଼ ଇନିଂସ ଖେଳିବେ। ଆଗକୁ ଆସୁଥିବା ମ୍ୟାଚ୍ରେ ଦଳର ବିଜୟରେ ସେ ନିଜର ଯୋଗଦାନ ଦେବେ।
ଏହାଛଡ଼ା କୋହଲି କଠିନ ପରିସ୍ଥିତିରୁ ବାହାରିବାରେ ସକ୍ଷମ। ଖେଳ ପ୍ରତି ତାଙ୍କ ମନୋଭାବ ପ୍ରଶଂସନୀୟ। ବିଗତ କିଛି ମ୍ୟାଚ୍ରେ ସେ କମ୍ ରନ୍ ସ୍କୋର କରିଛନ୍ତି ସତ, ହେଲେ ସେ ମାନସିକ ରୂପେ ମଜଭୂତ ଅଛନ୍ତି। ଏଣୁ ଶୀଘ୍ର ସେ ଭଲ ପ୍ରଦର୍ଶନ କରିବେ ବୋଲି ବାଙ୍ଗର କହିଛନ୍ତି।