ଅହମ୍ମଦାବାଦ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଫଳରେ ଭାରତ ଏହି ସିରିଜ୍କୁ ୨-୧ରେ ଜିତିଛି। ମ୍ୟାଚ ପରେ ବିସିସିଆଇ ବିରାଟ କୋହଲିଙ୍କ ଏକ ଭିଡିଓ ଶେୟାର କରିଛି, ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ ପରେ କୋହଲି ଅଷ୍ଟ୍ରେଲିଆର ଦୁଇ ଖେଳାଳିଙ୍କୁ ସ୍ମୃତି ଏବଂ ସମ୍ମାନ ଭାବରେ ତାଙ୍କ ଜର୍ସି ଉପହାର ଦେଇଥିଲେ। ପ୍ରଶଂସକ ଏହାକୁ ବହୁତ ପସନ୍ଦ କରିଛନ୍ତି। ବିସିସିଆଇ ମଧ୍ୟ ଏହି ଭିଡିଓର କ୍ୟାପସନରେ ଲେଖିଛି – କିଙ୍ଗ କୋହଲି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଶେଷ ଟେଷ୍ଟ ପରେ ସ୍ମୃତି ଭାବରେ ଉପହାର ଦେଉଛନ୍ତି। ଏହିପରି ଅଙ୍ଗଭଙ୍ଗୀ ହୃଦୟ ଜିତେ। ଅହମ୍ମଦାବାଦ ଟେଷ୍ଟରେ ଶତକ ହାସଲ କରିଥିବା ଉସମାନ ଖ୍ବାଜା ଏବଂ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କେରେଙ୍କୁ କୋହଲି ଜର୍ସି ଉପହାର ଦେଇଛନ୍ତି।
ଏହାପୂର୍ବରୁ କୋହଲି ବିପକ୍ଷ ଦଳର ଖେଳାଳିଙ୍କୁ ଅନେକ ଥର ଜର୍ସି ଉପହାର ଦେଇଛନ୍ତି। ଗତ ବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ସେ ହରିସ ରୌଫଙ୍କୁ ମଧ୍ୟ ଜର୍ସି ଉପହାର ଦେଇଥିଲେ।
King Kohli 👑 had some memorabilia to give to his Australian teammates post the final Test 👏🏼👏🏼
Gestures like these 🫶🏼#TeamIndia | #INDvAUS pic.twitter.com/inWCO8IOpe
— BCCI (@BCCI) March 13, 2023