Categories: ଜାତୀୟ

ହୃଦୟ ଜିତିଲେ କୋହଲି

ଡୋମିନିକା,୧୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସୋମବାର ଅଭ୍ୟାସ କରିଥିଲେ। ବିରାଟ କୋହଲି ମଧ୍ୟ ନେଟ୍ସରେ ବହୁତ ପ୍ରାକ୍ଟିସ କରିଲେ। ଏହି ସମୟରେ ସେ ପ୍ରଶଂସକଙ୍କୁ ଭେଟିଥିଲେ। କୋହଲିଙ୍କ ପ୍ରଶଂସକ ଏବଂ ସ୍ଥାନୀୟ ଖେଳାଳିମାନେ ତାଙ୍କଠାରୁ ଅଟୋଗ୍ରାଫ ନେଇଥିଲେ। ଏହାର ଏକ ମଜାଦାର ଭିଡିଓ ବିସିସିଆଇ ଦ୍ୱାରା ଶେୟାର କରାଯାଇଛି।
ବିସିସିଆଇ ଏକ ଭିଡିଓ ଟୁଇଟ୍‌ କରିଛି। ଏଥିରେ କୋହଲି କିଛି ପ୍ରଶଂସକଙ୍କ ସହ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳୁଛି। ଏହା ସହିତ କୋହଲି ସ୍ଥାନୀୟ ଖେଳାଳିଙ୍କୁ ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ସୋସିଆଲ ମିଡିଆରେ କୋହଲିଙ୍କ ଏହି ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ବିସିସିଆଇ ଭିଡିଓ ଟୁଇଟ୍‌ କରିବାର କିଛି ସମୟ ପରେ ଏହାକୁ ପ୍ରାୟ ୪,୦୦୦ ଲୋକ ପସନ୍ଦ କରିଥିଲେ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୧୨ ଜୁଲାଇରୁ ଡୋମିନିକାରେ ଖେଳାଯିବ। ଟିମ ଇଣ୍ଡିଆ ଏଥିପାଇଁ ଅଭ୍ୟାସ ଆରମ୍ଭ କରିଛି।

Share