Categories: ଖେଳ

ନୂଆ ଭୂମିକାରେ ପ୍ରଶଂସକଙ୍କ ହୃଦୟ ଜିତିଲେ କୋହଲି

ବାର୍ବାଡୋସ୍‌,୩୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ ଦଳ ଦ୍ୱିତୀୟ ଦିନିକିଆରେ ୬ ଉଇକେଟରେ ଜିତିବା ସହ ସିରିଜ ୧-୧ରେ ସମାନ ହୋଇଛି। ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଦଳ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ କୋହଲି ପଡ଼ିଆରେ ଖେଳାଳିଙ୍କ ପାଇଁ ପାଣି ନେଇ ଆସୁଥିବାର ନଜର ଆସିଥିଲେ।
କୋହଲି ଦ୍ୱିତୀୟ ଦିନିକିଆରେ ବିଶ୍ରାମ ନେଇଥିଲେ କିନ୍ତୁ ଭାରତୀୟ ଇନିଂସ ସମୟରେ ସେ ଓଭର ମଧ୍ୟରେ ବିରତି ସମୟରେ ଖେଳାଳିଙ୍କ ପାଇଁ ପାଣି ନେଇ ଆସୁଥିବାର ନଜର ଆସିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ପ୍ରଶଂସକ ମଧ୍ୟ କୋହଲିଙ୍କୁ ପ୍ରଶଂସା କରିଛନ୍ତି।
ବିଶ୍ୱକପ ୨୦୨୩ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଦ୍ୱିତୀୟ ଦିନିକିଆରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଥିବାର ଦେଖିବାକୁ ମିଳିଥିଲା। କୋହଲି ଏବଂ ରୋହିତଙ୍କ ସ୍ଥାନରେ ସଞ୍ଜୁ ସାମସନ ଏବଂ ଅକ୍ଷାର ପଟେଲ ଦଳରେ ଖେଳିବାର ସୁଯୋଗ ପାଇଲେ।

Share