Categories: ଖେଳ

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ ଘୋଷଣା ହେବା ପରଠାରୁ ଖୁସି ପାଳୁଛନ୍ତି ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ପ୍ରଶଂସକ।

ବର୍ଷକ ପୂର୍ବେ ଟି୨୦ ବିଶ୍ୱକପ୍‌ ୨୦୨୧ ପରେ କୋହଲିଙ୍କଠାରୁ ଅଧିନାୟକ ପଦ ଛଡ଼ାଇ ନିଆଯାଇଥିଲା। ସେତେବେଳେ କୋହଲି ଏବଂ ଚୟନ କମିଟି ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା। ଗାଙ୍ଗୁଲିଙ୍କ ସହ କୋହଲିଙ୍କ ମତାନ୍ତର ହୋଇଥିଲା। କୋହଲିଙ୍କ ପ୍ରଶଂସକ ଏବେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ଗାଙ୍ଗୁଲି ଏବେ ବିସିସିଆଇ ଅଧ୍ୟକ୍ଷ ନାହାନ୍ତି। ଚେତନ ଶର୍ମା ମଧ୍ୟ ଚୟନ କମିଟି ଅଧ୍ୟକ୍ଷ ବି ନାହାନ୍ତି। ହେଲେ କିଙ୍ଗ କୋହଲି ଏବେ ବି କିଙ୍ଗ ଅଛନ୍ତି।

Share