Categories: ଖେଳ

କୋହଲିଙ୍କୁ ପରଷା ଯିବ ପସନ୍ଦର ଖାଦ୍ୟ, ମେନ୍ୟୁରେ ରହିଛି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ,୪।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ଭାରତ ଫେରିଛି। ଏଠାରୁ ରୋହିତ ବ୍ରିଗେଡ ଆଇଟିସି ମୌର୍ଯ୍ୟ (ITC Maurya) ହୋଟେଲରେ ପହଞ୍ଚିଥିଲେ। ଟିମ ଇଣ୍ଡିଆ ପାଇଁ ଏଠାରେ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଇଛି। ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କୁ ଜଳଖିଆରେ ଚୋଲେ ଭଟୁରେ୍‌, ଲସି ଏବଂ ନିଜ ପସନ୍ଦର ଜଳଖିଆ ଦିଆଯିବ।
ଭାରତୀୟ କ୍ରିକେଟ ଦଳର ବିମାନ ସକାଳ ପ୍ରାୟ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ଦଳ ବିମାନବନ୍ଦରରୁ ବାହାରୁଥିବାବେଳେ ବାହାରେ ଠିଆ ହୋଇଥିବା ପ୍ରଶଂସକମାନେ ସୱାଗତ କରିଥିଲେ। ଦଳର ଅଧିନାୟକ ରୋହିତ ଶର୍ମା ବାହାରେ ଠିଆ ହୋଇଥିବା ପ୍ରଶଂସକଙ୍କୁ ଟ୍ରଫିର ଝଲକ ଦେଖାଇଥିଲେ। ବିମାନବନ୍ଦରରୁ ଏହି ଟିମ ହୋଟେଲରେ ପହଞ୍ଚିଛି। ଏଠାରେ ମଧ୍ୟ ତାଙ୍କୁ ଏକ ବଡ ସ୍ବାଗତ କରାଯାଇଥିଲା। ଟିମ ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବେ।
ଆଇଟିସି ମୌର୍ଯ୍ୟ ହୋଟେଲରେ ଟିମ ଇଣ୍ଡିଆ ପାଇଁ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଇଛି। ଖେଳାଳିଙ୍କ ପସନ୍ଦକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଆଇଟିସି ମୌର୍ଯ୍ୟର ରୋଷେୟା ଶିବନୀତ ପହୋଜା କହିଛନ୍ତି, ଦଳ ପାଇଁ ଆମେ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରିଛୁ। ଏଥିରେ ଚୋଲେ-ଭଟୁରେ୍‌ ଏବଂ ମିଲେଟସ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ଟିମ ଇଣ୍ଡିଆ ପାଇଁ ମଧ୍ୟ ସ୍ବତନ୍ତ୍ର ଚକୋଲେଟ ପ୍ରସ୍ତୁତ କରିଛୁ।
ଟି-୨୦ ବିଶ୍ୱକପ ଟ୍ରଫି ସହ ଦିଲ୍ଲୀରେ ପହଞ୍ଚିଥିବା ଟିମ ଇଣ୍ଡିଆକୁ ଆଇଟିସି ମୌର୍ଯ୍ୟ ହୋଟେଲରେ ସ୍ବାଗତ କରାଯାଇଥିଲା। ଏଠାରେ ଟିମ ଇଣ୍ଡିଆ କେକ କାଟି ବିଜୟ ଉତ୍ସବ ପାଳନ କରିଥିଲା। ଟିମ ଇଣ୍ଡିଆର ସଫଳତା ଉପରେ ହୋଟେଲ ଦ୍ୱାରା ଏହି କେକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା।

Share