Categories: ଖେଳ

କୋହଲିଙ୍କ ଜବରଦସ୍ତ ବ୍ୟାଟିଂ: ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ ସୁପର୍‌-୪ ଏକ ମ୍ୟାଚ୍‌ରେ ରବିବାର ଭାରତ ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୮୧ ରନ୍‌ ସଂଗ୍ରହ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ସର୍ବାଧିକ ସ୍କୋର ବିରାଟ କୋହଲି କରିଛନ୍ତି। ସେ ମାତ୍ର ୪୪ ବଲ୍‌ରେ ୬୦ ରନ୍‌ର ପାଳି ଖେଳିଥିଲେ। ସେହିପରି ରୋହିତ ଶର୍ମା ୨୮, କେଏଲ ରାହୁଲ ୨୮, ସୂର୍ଯ୍ୟକୁମାର ଯାଦବ ୧୩, ରିଷଭ ପନ୍ତ ୧୪ ଦୀପକ ହୁଡା ୧୬ ରନ୍‌ କରିଥିଲେ। ଗତ ମ୍ୟାଚ୍‌ର ହିରୋ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଶୂନରେ ଆଉଟ୍‌ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାଦବ ଖାନ୍‌ ୨ଟି ଉଇକେଟ ନେଇଥିବାବେଳେ ନଶିମ ଶାହ, ମହମ୍ମଦ ହସନାଇଁ, ହରିଶ ରୌଫ, ମହମ୍ମଦ ନଓ୍ବାଜ୍‌ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦୁଇ ଦଳ ମଧ୍ୟରେ ହେଉଛି ମୁକାବିଲା। ଶେଷ ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ଜିତିଥିଲା। ବର୍ତ୍ତମାନ ଏହି ମ୍ୟାଚ ଜିତି ଫାଇନାଲକୁ ସହଜ କରିବାକୁ ଭାରତର ପ୍ରୟାସ ହେବ। ଏଥି ସହିତ, ହାରିଥିବା ଦଳ ଫାଇନାଲରେ ପହଞ୍ଚିବା ପାଇଁ ଅବଶିଷ୍ଟ ଦୁଇଟି ମ୍ୟାଚ ଜିତିବାକୁ ପଡିବ।

Share