Posted inଖେଳ

କୋହଲିଙ୍କ ସ୍ମରଣୀୟ ଶତକ

ପୋର୍ଟ ଅଫ୍‌ ସ୍ପେନ୍‌, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ୬ ଉଇକେଟ ହରାଇ ୩୭୩ ରନ ସଂଗ୍ରହ କରିଛି। ଇଶାନ କିଶନ ୧୮ ଓ ରବିଚନ୍ଦ୍ରନ ଅଶ୍ୱିନ ୬ ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୮୮/୪ରୁ ଭାରତ ଖେଳ ଆରମ୍ଭ କରିଥିଲା। ୮୭ ରନରେ ଅପରାଜିତ ଥିବା କୋହଲି ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୨୯ତମ ଶତକ ହାସଲ କରିଥିଲେ। ସେ ୯୭ ରନରେ ଥିବାବେଳେ ୯୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଶାନନ ଗାବ୍ରିଏଲ୍‌ଙ୍କୁ ଏକ ଚୌକାମାରି ଶତକ ପୂରଣ କରିଥିଲେ। ନନ୍‌ଷ୍ଟ୍ରାଇକର ଏଣ୍ଟରେ ଥିବା ଜାଡେଜା ତାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିବାବେଳେ ଡ୍ରେସିଂ ରୁମ୍‌ର ସଦସ୍ୟମାନେ ଷ୍ଟାଣ୍ଠିଂ ଓଭେଶନ ଜଣାଇଥିଲେ। କୋହଲି ବେକରେ ପିନ୍ଧିଥିବା ନିଜ ଓ୍ବେଡିଂ ରିଙ୍ଗ୍‌କୁ ଚୁମ୍ବନ ଦେଇ ସେଲିବେଶନ କରିଥିଲେ। କୋହଲିଙ୍କ କ୍ୟାରିୟରର ଏହାଥିଲା ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏପରି ଏକ ମାଇଲଖୁଣ୍ଟ ମ୍ୟାଚରେ ସେ ଶତକ ହାସଲ କରି ନିଜ କ୍ୟାରିୟରକୁ ଅଧିକ ସ୍ମରଣୀୟ କରିଥିଲେ। ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲେ ହେଁ ଏଠାରେ ଶତକ ହାସଲ କରିବାକୁ କୋହଲି ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ଜାଡେଜାଙ୍କ ସହ ୫ମ ଉଇକେଟରେ ୧୫୯ ରନର ଭାଗୀଦାରିପରେ କୋହଲି ଦୁର୍ଭାଗ୍ୟ ଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ୨୦୬ ବଲ୍‌ରୁ ୧୧ ଚୌକା ସହାୟତାରେ ୧୨୧ ରନ କରିଥିବାବେଳେ କୋହଲି ଜୋମେଲ ଓ୍ବାରିକାନଙ୍କ ଏକ ବଲ୍‌କୁ ସ୍କୋୟାରଲେଗ୍‌ ଅଞ୍ଚଳକୁ ଖେଳି ସିଙ୍ଗଲ ରନ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଆଲଜାରି ଜୋସେଫଙ୍କ ଥ୍ରୋ ସିଧାସଳଖ ଷ୍ଟମ୍ପରେ ଲାଗିଥିଲା। କୋହଲି ଡାଇଭ୍‌ ମାରିଥିଲେ ହେଁ କ୍ରିଜ୍‌ଠାରୁ ଏକ ଇଞ୍ଚ ଦୂରରେ ରହି ଯାଇଥିଲେ। ଏହାକୁ ମିଶାଇ କୋହଲି ଟେଷ୍ଟରେ ତୃତୀୟ ଥରପାଇଁ ରନ୍‌ଆଉଟ ହୋଇଥିଲେ। ଫଳରେ ତାଙ୍କ ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ସେ ବଡ଼ ସ୍କୋର କରିବାରୁ ବଞ୍ଚତ୍ତ ହୋଇଥିଲେ। କୋହଲିଙ୍କ ପରେ ଜାଡେଜା ମଧ୍ୟ ଏକାଗ୍ରତା ହରାଇ ୬୧ ରନକରି ପ୍ୟାଭିଲିୟନ ଫେରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ୍‌-୨ଟି ଏବଂ ଶାନନ ଗାବ୍ରିଏଲ, ଜୋମେଲ ଓ୍ବାରିକାନ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri