Categories: ଖେଳ

ଆଇପିଏଲ ପୂର୍ବରୁ କୋହଲିଙ୍କ ନୂଆ ଅବତାର: ହାତରେ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟାଟୁ ପ୍ରେମ କାହାକୁ ଅଛପା ନାହିଁ। କୋହଲି ପିଲାଦିନରୁ ଟାଟୁକୁ ଭଲ ପାଉଥିଲେ ଏବଂ ବହୁତ କମ ବୟସରୁ ତାଙ୍କ ଶରୀରରେ ଟାଟୁ କରିଆସୁଥିଲେ। ତେବେ ପିତା ହେବା ପରେ ମଧ୍ୟ କୋହଲିଙ୍କ ଟାଟୁ ପ୍ରତି ଆଗ୍ରହ କମିନାହିଁ। ଆଇପିଏଲ୍‌ ପୂର୍ବରୁ ସେ ତାଙ୍କ ଡାହାଣ ହାତରେ ଏକ ନୂଆ ଟାଟୁ କରିଛନ୍ତି। କୋହଲିଙ୍କ ଶରୀରରେ ଏହା ହେଉଛି ୧୨ତମ ଟାଟୁ । ଏହାପୂର୍ବରୁ ସେ ତାଙ୍କ ବାମ ହାତ ଏବଂ କାନ୍ଧରେ ଅନେକ ଟାଟୁ କରିଛନ୍ତି।
କୋହଲିଙ୍କ ନୂଆ ଟାଟୁ ମାଣ୍ଡଲା ପାର୍ଟନର ଅଟେ। ତାଙ୍କର ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତାଙ୍କ ଫଟୋକୁ ନୂଆ ଟାଟୁ ସହ ଶେୟାର କରିଛି। ନୂତନ ଟାଟୁ ସହିତ କୋହଲି ଆଇପିଏଲ ୨୦୨୩ ପାଇଁ ଏକ ନୂଆ ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି। ସେ ନିଜେ ଏହାର ଫଟୋ ଶେୟାର କରିଥିଲେ। ମାର୍ଚ୍ଚ ୩୧ରୁ ଆରମ୍ଭ ହେଉଥିବା ଆଇପିଏଲ ପୂର୍ବରୁ ବିରାଟ ଆରସିବିରେ ଯୋଗ ଦେଇଛନ୍ତି।

Share