Categories: ଖେଳ

କୋହଲିଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ

ନୂଆଦିଲ୍ଲୀ, ୪।୭: ଲକ୍‌ଡାଉନ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିକାୟକ ବିରାଟ କୋହଲି ଫିଟନେସ୍‌କୁ ଗୁରୁତ୍ୱ ଦେଉଛନ୍ତି। ଏନେଇ ଶୁକ୍ରବାର ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ଡେଡ୍‌ ଲିଫ୍ଟ କରିବା ସହିତ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ପାଓ୍ବାର ସ୍ନାଚ୍‌ ବ୍ୟାୟାମ ତାଙ୍କ ଅଧିକ ପସନ୍ଦ ବୋଲି ସେ କହିଛନ୍ତି। ପ୍ରତିଦିନ ସେ ଏହି ବ୍ୟାୟାମ କରୁଥିବା ଟୁଇଟ୍‌ କରି କହିଛନ୍ତି। ଲକ୍‌ଡାଉନ୍‌ରେ ମଧ୍ୟ ବ୍ୟାୟାମ ଅଭ୍ୟାସ ବଜାୟ ରଖିବାକୁ କୋହଲି ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି। କିଛିଦିନ ତଳେ କୋହଲି ପୁସ୍‌‌-ଅପ୍‌ କରୁଥିବାର ଏକ ଭିଡ଼ିଓ ଶେୟରେ କରିଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବ ତାଙ୍କ ଭାଇ କୃଣାଳ ମଧ୍ୟ ପୁସ୍‌-ଅପ୍‌ କରୁଥିବା ଭିଡ଼ିଓ ଶେୟାର କରିଥିଲେ।