Categories: ଖେଳ

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ ସ୍କୋର କରିବା ପରେ ଅରେଞ୍ଜ କ୍ୟାପ ପାଇଁ ରେସ୍‌ରେ ଆଗୁଆ ଅଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଟ୍ରାଭିସ ହେଡ ୬ ମ୍ୟାଚ୍‌ରେ ହାରାହାରି ୫୪ରେ ୩୨୪ ରନ କରିଛନ୍ତି। ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ଅରେଞ୍ଜ କ୍ୟାପ ରେସ୍‌ରେ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରିୟାନ ପରାଗ ୮ଟି ମ୍ୟାଚରେ ହାରାହାରି ୬୩.୬୦ରେ ୩୧୮ ରନ ସଂଗ୍ରହ କରିଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ଚତୁର୍ଥ ସ୍ଥାନରେ ଅଛନ୍ତି। ଅଦ୍ୟାବଧି ସଞ୍ଜୁ ସାମସନ ୮ଟି ମ୍ୟାଚରେ ହାରାହାରି ୬୨.୮୦ରେ ୩୧୪ ରନ ସଂଗ୍ରହ କରିଛନ୍ତି। ଅରେଞ୍ଜ କ୍ୟାପ ରେସ୍‌ଡ଼ରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ୮ଟି ମ୍ୟାଚ୍‌ରେ ହାରାହାରି ୪୩.୨୯ରେ ୩୦୩ ରନ ସଂଗ୍ରହ କରିଛନ୍ତି।
ସେହିପରି ପର୍ପଲ କ୍ୟାପ ରେସ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମ୍‌ରା ଶୀର୍ଷରେ ଅଛନ୍ତି। ଜସପ୍ରୀତ ବୁମରା ୮ଟି ମ୍ୟାଚରେ ହାରାହାରି ୧୫.୬୯ରେ ୧୩ଜଣ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଛନ୍ତି। ତେବେ ଦ୍ୱିତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲଙ୍କ ନାମରେ ମଧ୍ୟ ୧୩ଟି ୱିକେଟ ଅଛି, କିନ୍ତୁ ଭଲ ହାରାହାରି ହେତୁ ବୁମ୍‌ରା ଶୀର୍ଷରେ ଅଛନ୍ତି। ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ହର୍ଷଲ ପଟେଲ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହର୍ଷଲ ପଟେଲ ୮ଟି ମ୍ୟାଚରେ ହାରାହାରି ୨୧.୩୮ରେ ୧୩ ଉଇକେଟ ନେଇଛନ୍ତି। ଏହିପରି ପର୍ପଲ କ୍ୟାପ ରେସ୍‌ରେ ଟପ-୩ ବୋଲରଙ୍କ ଉଇକେଟ ସମାନ। ଏଥି ସହିତ ଏହି ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଜେରାଲ୍ଡ କୋଟଜୀ ୮ଟି ମ୍ୟାଚରେ ହାରାହାରି ୨୪ରେ ୧୨ଟି ଉଇକେଟ ନେଇଛନ୍ତି। ପଞ୍ଜାବ କିଙ୍ଗ୍ସର ସାମ କୁରାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍ତାଫିଜୁର ରହମାନ ପ୍ରତ୍ୟେକ ୧୧ଟି ଉଇକେଟ ନେଇଛନ୍ତି।

Share