କୋକସରା,୪/୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ୨ ଦଫା ସମ୍ବଳିତ ଆନ୍ଦୋଳନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଦୁଇ ଗୋଟି ଦାବୀ ଯଥା ଜନସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଆଜିଠାରୁ ଓହ୍ଲାଇଛନ୍ତି। ରାଜ୍ୟ ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ସୋମବାର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେରେ ପ୍ରକାଶ କରିଥିଲେ।
ମଙ୍ଗଳବାର କୋକସରା ସିଏଚସିରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନେ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇ କଳାବ୍ୟାଚ ପରିଧାନ ସହ କାର୍ଯ୍ୟରେ ଅସହଯୋଗ କରିଛନ୍ତି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ ସହ ୧୦ ତାରିଖରୁ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ ନେଇ ସଙ୍ଘ ପକ୍ଷରୁ କୁହାଯାଇଛି।କୋକସରା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ବିପିଏମ ସୁରଜିତ ସିଂ କୁମାର, ସୁଜିତ କୁମାର ଡାକୁଆ, ବିଡ଼ିଏମ ଲୋକନାଥ ମିଶ୍ର, ଏସ ଟି ଏସ ଆମୋଦ ଚନ୍ଦ୍ର ଗୋଲାପ, ଭିବିଡିଟିଏସ ଦୁଷ୍ମନ୍ତ କୁମାର ରାଉତ ସାମିଲ ରହିଛନ୍ତି।


