Posted inଜାତୀୟ

କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା

କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ ନୂଆ ବିବାଦ ଦେଖାଦେଇଛି। ଏହି ଘଟଣା ପରେ ଦୀର୍ଘ ଦିନ ଧରି ଏହାକୁ ବିରୋଧ କରୁଥିବା ଡାକ୍ତରୀ ଛାତ୍ରମାନେ କଲେଜ ପରିସରରେ ପୀଡିତାଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ନାମ ‘Cry of the Hours’ ବା ‘କାନ୍ଦିବାର ଘଣ୍ଟା’ ରଖାଯାଇଛି। ଅର୍ଥାତ୍‌ ଘଟଣା ସମୟରେ ପୀଡିତାଙ୍କ ସହିତ କ’ଣ ହୋଇଥାଇପାରେ । ସେ କିପରି ଚିତ୍କାର କରିଥିବେ।
ଏହି ଷ୍ଟାଚ୍ୟୁ ସପକ୍ଷରେ ଓ ବିପକ୍ଷରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଛି। କେତେଜଣ ୟୁଜର ଏହାକୁ ଅପମାନଜନକ ଏବଂ ବିବ୍ରତ କଲାଭଳି ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମୁଁ ଚାହୁଁଛି ଏହି ପ୍ରତିମୂର୍ତ୍ତିକୁ ଯଥାଶୀଘ୍ର ହଟାଯାଉ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା ବହୁତ ଭୟଙ୍କର। ଏହା ବ୍ୟଥିତ କରୁଛି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ଏହି ପ୍ରତିମୂର୍ତ୍ତିକୁ ହଟାଇବା ଉଚିତ୍‌। ଅନ୍ୟ ଜଣେ ଲେଖିଛନ୍ତି ଯେ ଜଣେ ବଳାତ୍କାର ପୀଡିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ ନୁହେଁ।
ତ୍ରୁଣମୂଳ କଂଗ୍ରେସ ନେତା କୃଣାଳ ଘୋଷ ମଧ୍ୟ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହା ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ବିରୁଦ୍ଧ ବୋଲି ସେ ଲେଖିଛନ୍ତି। ପୀଡିତାଙ୍କ ନାମ ଏବଂ ପରିଚୟ ପ୍ରକାଶ କରାଯିବା ଉଚିତ ନୁହେଁ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କୌଣସି ଦାୟିତ୍ୱବାନ ବ୍ୟକ୍ତି ଏହା କରିପାରିବେ ନାହିଁ। କଳା ନାମରେ ମଧ୍ୟ ଏହା କରାଯାଇପାରିବ ନାହିଁ। ନ୍ୟାୟ ପାଇଁ ବିରୋଧ ଜାରି ରହିଛି। କିନ୍ତୁ, ଏହି ପ୍ରତିମୂର୍ତ୍ତି ଠିକ ନୁହେଁ । ଏଥିରେ ଚିତ୍କାର କରୁଥିବା ଝିଅର ଚେହେରା ସୃଷ୍ଟି ହୋଇଛି।
ତେବେ ଆରଜି କର ମେଡିକାଲ କଲେଜର ଡାକ୍ତର ଦେବଦତ୍ତ କହିଛନ୍ତି ଯେ ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି। ଏହା ଏକ ପ୍ରତୀକାତ୍ମକ ଷ୍ଟାଚ୍ୟୁ। ଏହି ପ୍ରତିମୂର୍ତ୍ତି ମାଧ୍ୟମରେ ଆମେ କୌଣସି ଝିଅର ଦୁଃଖ ବିଷୟରେ କହୁ ନାହୁଁ। ସେହି ରାତିରେ କ’ଣ ଘଟିଛି ଏବଂ ଟ୍ରେନି ଡାକ୍ତରଙ୍କ ସହ କ’ଣ ଘଟିଛି ସେ ବିଷୟରେ ଆମେ ସରକାର ଏବଂ ପ୍ରଶାସନକୁ ସ୍ମରଣ କରାଇବାକୁ ଚାହୁଁଛୁ।
ଏହି ସମୟରେ ଜୁନିଅର ଡାକ୍ତରମାନେ ଆରଜି କର ଘଟଣାରେ ପୁଣି ଥରେ ଧର୍ମଘଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରେ ସରକାର ପ୍ରତିଶ୍ରୁତି ଦେଇଥିବା ଦିଗରେ କୌଣସି କାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୦: ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେନ ଆଶ୍ରମରେ ୨ ମହିଳାଙ୍କୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗର ପୋଲିସ ତଦନ୍ତ ଉପରେ...

ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ

ଚଣ୍ଡିଗଡ଼,୩ା୧୦: ଆସନ୍ତା ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ହାଇଭୋଲ୍‌ଟେଜ୍‌ ପ୍ରଚାର ଶେଷ ହୋଇଛି। ଭାଜପା...

ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା,୩ା୧୦: ଅଯୋଧ୍ୟାର ୧୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାମମନ୍ଦିରର ମୁଖ୍ୟ ଶିଖର ନିର୍ମାଣ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ ଏହି ନିର୍ମାଣ...

ରେଲୱେ କର୍ମଚାରୀଙ୍କୁ ବୋନସ: କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା…

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅନେକ ବଡ ଯୋଜନା ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ...

ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ...

ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା...

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ...

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri