Categories: ଜାତୀୟ

କୋଲକାତା ଡାକ୍ତର ମାମଲା: କ’ଣ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଜାଣନ୍ତି? ନାଁ ଶୁଣୁଶୁଣୁ ପ୍ରାଣ ବିକଳେ ଦୌଡିବାକୁ ଲାଗିଲା ପୋଲିସ, ଲୁଚାଉଥିଲା…

ନୂଆଦିଲ୍ଲୀ,୨୦।୮: ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି ଯେ, ସଞ୍ଜୟ ରାୟ ଜଣେ ସ୍ବେଚ୍ଛାସେବୀ ହୋଇ କିପରି ଶକ୍ତିଶାଳୀ ହେଲେ? ସ୍ବେଚ୍ଛାସେବୀ ହୋଇ କିପରି ସେ ପୋଲିସ କଲ୍ୟାଣ ବୋର୍ଡ ବ୍ୟାରେକରେ ରହୁଥିଲେ? କିପରି ଜଣେ ପୋଲିସର ପରିଚୟ ସହିତ ବିଭିନ୍ନ ସରକାରୀ ଡାକ୍ତରଖାନାରେ ମୁକ୍ତ ଭାବରେ ବୁଲୁଥିଲେ? ସିବିଆଇ ବର୍ତ୍ତମାନ ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜୁଛି। ଏଥିପାଇଁ ସିବିଆଇ ଜଣେ ପୋଲିସବାଲାଙ୍କୁ ପଚରାଉଚରା ପାଇଁ ଡାକିଛି।

ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସିବିଆଇ କୋଲକାତା ପୋଲିସ ଏଏସଆଇ ଅନୁପ ଦତ୍ତଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ଏହି ସମ୍ପର୍କରେ ସାମ୍ବାଦିକମାନେ ଅନୁପଙ୍କୁ ପଚାରିଥିଲେ ଯେ ସେ ସଞ୍ଜୟ ରାୟଙ୍କୁ ଜାଣିଛନ୍ତି କି ନାହିଁ? ଏହି ପ୍ରଶ୍ନ ଶୁଣିବା ମାତ୍ରେ ଅନୁପ ଦୌଡିବାକୁ ଲାଗିଲେ।

ଆରଜିରେ ଜଣେ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ନେଇ ସାଂଘାତିକ ସୂଚନା ସାମ୍ନାକୁ ଆସିଛି। ପ୍ରକାଶ ଯେ, ସେ ସ୍ବେଚ୍ଛାସେବୀ ହୋଇଥିଲେ ମଧ୍ୟ କୋଲକାତା ପୋଲିସରେ ବହୁତ ପ୍ରଭାବଶାଳୀ ଲୋକ ଥିଲେ। ଜଣେ ସ୍ବେଚ୍ଛାସେବୀ ହୋଇଥିଲେ ମଧ୍ୟ ସେ କୋଲକାତା ପୋଲିସର ଚତୁର୍ଥ ବାଟାଲିୟନର ପୋଲିସ ବ୍ୟାରେକରେ ରହୁଥିଲେ। ସଞ୍ଜୟ ପୋଲିସ କଲ୍ୟାଣ ବୋର୍ଡରେ କାର୍ଯ୍ୟ କରୁଥିବା ଜଣାଯାଇଛି। ସେ ଅନେକ ସରକାରୀ ମେଡିକାଲ କଲେଜରେ ସହଜରେ ଏଣ୍ଟ୍ରି ମିଳି ଯାଉଥିଲା। ଅଭିଯୋଗ ହୋଇଛି ଯେ ଅନୁପ ଦତ୍ତ କୋଲକାତା ପୋଲିସ କଲ୍ୟାଣ ବୋର୍ଡରେ ଯୋଗଦେବା ପାଇଁ ସଞ୍ଜୟଙ୍କ ନିକଟକୁ ଯାଇଥିଲେ। ସଞ୍ଜୟ ଏକ ପୋଲିସ ବାଇକ ଚଳାଉଥିଲେ।

Share