କରୋନା ଯୋଗୁ ଅନ୍ୟାନ୍ୟ ସାଂଘାତିକ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମୟରେ କୋଲକାତାର ଜଣେ ଡାକ୍ତର ମାତ୍ର ୫୦ ଟଙ୍କାରେ ଡାଏଲିସିସ ସୁବିଧା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜାମିରୁଦ୍ଦିନ ଶାହାଙ୍କ ଜ୍ୱାଇଁ ଡା ଫୱାଦ ହଲିମ ଏହି ସେବା ଆରମ୍ଭ କରିଥିଲେ। ଲକ୍ଡାଉନ୍ରେ ରୋଗୀମାନଙ୍କୁ ଅସୁବିଧାର ସାମ୍ନା କରୁଥିବା ଦେଖିଛି। ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି ଏବଂ ଚିକିତ୍ସା ପାଇଁ ଟଙ୍କା ମଧ୍ୟ ଉଠାଇ ପାରୁନାହାନ୍ତି। ତେଣୁ ମୋ କ୍ଲିନିକରେ ଡାଏଲିସିସ ପାଇଁ ମାତ୍ର ୫୦ ଟଙ୍କା ନେବା ଆରମ୍ଭ କଲି ବୋଲି ଫଓ୍ବାଦ କହିଛନ୍ତି। ଲକଡାଉନ ପୂର୍ବରୁ ଡାଏଲିସିସ ପାଇଁ ୩୫୦ ଟଙ୍କା ଚାର୍ଜ କରୁଥିଲୁ କିନ୍ତୁ କରୋନା ଏହା ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଲିନିକ୍ରେ ତିନିଜଣ ଡାକ୍ତର ଏବଂ ଚାରିଜଣ ଟେକ୍ସିଆନ ୨,୩୫୭ ଡାଏଲିସିସ କରିଛନ୍ତି। ଏହି ଦୁଇ ଡାକ୍ତର ସ୍ବେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ। ଏବେ ଫଓ୍ବାଦଙ୍କ ସବୁଠି ପ୍ରଶଂସା କରାଯାଉଛି।