Categories: ଜାତୀୟ

କୋଲକାତା ଡାକ୍ତର ବଳାତ୍କାର ମାମଲାରେ ନୂଆ ମୋଡ, ଫୋରେନସିକ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ଖବର, ସିବିଆଇ ଶୁଣି…

କୋଲକାତା,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ମୋଡ ଦେଖାଦେଇଛି। ସିବିଆଇ ଅନୁସନ୍ଧାନରେ ଏ ପର୍ଯ୍ୟନ୍ତ କିଛି ଏଭଳି ଜିନିଷ ସାମ୍ନାକୁ ଆସିଛି, ଯାହା ସମଗ୍ର ମାମଲାର ଗତି ବଦଳାଇପାରେ। ସିବିଆଇ ସୂତ୍ର ଅନୁଯାୟୀ, ପୋଷ୍ଟ ମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ମହିଳା ଡାକ୍ତର ବଳାତ୍କାର ହୋଇଥିଲେ, କିନ୍ତୁ ଫୋରେନସିକ ରିପୋର୍ଟରେ ଆଉ କିଛି କୁହାଯାଇଛି। ଫୋରେନସିକ ରିପୋର୍ଟରୁ ଏହି ପ୍ରସଙ୍ଗରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏଥିରୁ ଜଣାପଡିଛି ଯେ ଘଟଣା ପରେ ପ୍ରମାଣକୁ ନଷ୍ଟ କରି ଦିଆଯାଇଥିଲା। ସିବିଆଇ ସୁପ୍ରିମକୋର୍ଟଙ୍କୁ କହିଛି ଯେ ଏଥିରେ ସମ୍ପୃକ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ରହିଛି, ଯାହା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି ବୋଲି ଦର୍ଶାଉଛି।

୧୭ସେପ୍ଟେମ୍ବର ସୁଦ୍ଧା ଏହି ମାମଲାରେ ଏ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନର ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାନୁସାରେ, ପୋଷ୍ଟ ମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯାଇଥିଲା କିନ୍ତୁ ଫୋରେନସିକ ରିପୋର୍ଟ ଚୂଡ଼ାନ୍ତ ତଥ୍ୟ ଦେଇନାହିଁ। ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳା ଡାକ୍ତରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଅନ୍ୟ ଏକ ପ୍ରମାଣ ଅଛି ଯେଉଁଥିରେ ଦର୍ଶାଏ ଯେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଡିଏନ୍‌ଏ ନମୁନା ପୀଡିତାଙ୍କ ଶରୀରରେ ମିଳିଥିବା ଡିଏନ୍‌ଏ ସହିତ ମେଳ ଖାଉଛି।

Share