Categories: ଜାତୀୟ

ବଳାତ୍କାର କେସ୍‌ରେ ଆସିଲା ବଡ଼ ଅପଡେଟ୍‌, ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ… ଜାଣନ୍ତୁ କ’ଣ କହିଲେ ଅଭିଯୁକ୍ତଙ୍କ ଶାଶୁ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଶାଶୁ ଦୁର୍ଗା ଦେବୀ କହିଛନ୍ତି, ଏହି ଅପରାଧରେ ଆହୁରି ଅନେକ ଲୋକ ଜଡିତ ଅଛନ୍ତି। ସେ କହିଛନ୍ତି ଯେ ସଞ୍ଜୟ ରୟ ଏକୁଟିଆ ଏଭଳି କରିପାରିବେ ନାହିଁ। ଏହି ଘଟଣାରେ ଆହୁରି ଅନେକ ଲୋକ ଜଡିତ ହୋଇଥାଇପାରନ୍ତି।

ଏହା ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ, ସଞ୍ଜୟଙ୍କ ସହ ଆମର ସମ୍ପର୍କ ଭଲ ନ ଥିଲା। ସେ ଆମ ଝିଅ ସହ ଅସଦାଚରଣ କରୁଥିଲେ। ସେ ତାଙ୍କୁ ମାଡ ମାରୁଥିଲେ,ମୋ ଝିଅ ଯେତେବେଳେ ୩ ମାସର ଗର୍ଭବତି ଥିଲା ତା’ର ଗର୍ଭପାତ କରାଇଥିଲେ। ସଞ୍ଜୟ ରୟ ଜଣେ ଭଲ ବ୍ୟକ୍ତି ନୁହେଁ। ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାନ୍ତୁ ଅବା ଯାହା ଇଚ୍ଛା ତାହା ତାଙ୍କ ସହ କରନ୍ତୁ। ସେ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ, ଏହା ପରେ ସେ ମୋ ଝିଅ ସହିତ ଦ୍ୱିତୀୟ ବିବାହ କରିଥିଲେ। ଯଦି ସେ କିଛି ଭୁଲ କରିଛନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯାଉ।

ଅନ୍ୟପଟେ ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାରେ ପ୍ରାଥମିକ ଶୁଣାଣିରେ ଜାତୀୟ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଆସନ୍ତା ଗୁରୁବାର (୨୨ ଅଗଷ୍ଟ)ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Share