Categories: ଜାତୀୟ

କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୪ ଦମକଳ କର୍ମୀ, ରେଲୱେ ପୋଲିସ କର୍ମୀ, ଏଏସ୍‌ଆଇ ସମେତ ଅନ୍ୟ ୩ ଲୋକ ସାମିଲ ଅଛନ୍ତି । ଉକ୍ତ କୋଠାରେ ପୂର୍ବ ଓ ଦକ୍ଷିଣ ପୂର୍ବ ରେଲୱେର କାର୍ଯ୍ୟାଳୟ ରହିଥିବା ବେଳେ ତଳ ମହଲାରେ ରେଲୱେର କମ୍ପୁଟରିକରଣ ଟିକେଟ କେନ୍ଦ୍ର ରହିଛି । ଦମକଳ ବାହିନିର ୧୫ ଗାଡି ନିଆଁଲିଭା କାର୍ଯ୍ୟରେ ଲାଗିଥିବା ବେଳେ ରାତିରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଉଭୟ ଟୁଇଟ୍ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share