Categories: ଜାତୀୟ

ନିଜକୁ ଗୁଳି ମାରିଲେ ପୋଲିସକର୍ମୀ

କୋଲକତା,୧୦।୬: କୋଲକତାସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସକର୍ମୀ ନିଜ ବନ୍ଧୁକରୁ ଫାୟାରିଂ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ପୋଲିସକର୍ମୀ ଜଣଙ୍କ ନିଜକୁ ନିଜେ ମଧ୍ୟ ଗୁଳି ମାରିଛନ୍ତି। ଏହି ଘଟଣାରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ସେ ବାଇକ୍‌ରେ ଯାଉଥିଲେ। ସୂଚନାମୁତାବକ, ସମ୍ପୃକ୍ତ ପୋଲିସକର୍ମୀ ଜଣଙ୍କ ପାଖାପାଖି ଏକ ଘଣ୍ଟା ଧରି ବାଲାଂଦେଶ ହାଇକମିଶନ ବାହାରେ ବୁଲୁଥିଲେ। ଏହି ଘଟଣାର ସୂଚନା ପାଇଁ ପୋଲିସ ଟିମ୍‌ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share