Posted inଖେଳ

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ ଚତୁର୍ଥ ଫାଇନାଲ ମୁକାବିଲା ହେବ।

ପ୍ରଥମ କ୍ୱାଲିଫାୟରରେ କୋଲକାତା ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହା ପରେ ଟିମ୍‌ କେକେଆର୍‌କୁ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ କୋଲକାତା ୮ ଉଇକେଟରେ ହାଇଦ୍ରାବାଦକୁ ପରାଜୟ କରିଛି। ତେବେ ପ୍ରଥମ କ୍ୱାଲିଫାୟରରେ ପରାଜୟ ସତ୍ତ୍ୱେ ଦଳ ପାଖରେ ଆଉ ଏକ ସୁଯୋଗ ରହିବ। ଦଳକୁ କ୍ୱାଲିଫାୟର ୨ ଖେଳିବାକୁ ହେବ।

ଟସ୍‌ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ୍‌ର ଆରମ୍ଭ ବହୁତ ଖରାପ ରହିଥିଲା। ଦଳ ୩୯ ରନ୍‌ରେ ୪ ଉଇକେଟ ହରାଇଥିଲା। ଏହାପରେ ରାହୁଲ ତ୍ରିପାଠୀ ୩୫ ବଲ୍‌ରେ ୫୫ ଏବଂ ହେନରିକ କ୍ଲାସେନ ୨୧ ବଲ୍‌ରେ ୩୨ ରନ୍‌ର ଇନିଂସ ଖେଳି ଦଳକୁ ୧୫୯ ରନ୍‌ର ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୫ମ ଉଇକେଟ ପାଇଁ ୩୭ ବଲ୍‌ରେ ୬୨ ରନ୍‌ର ଭାଗିଦାରୀ ହୋଇଥିଲା। ଶେଷରେ କମିନ୍ସ ୩୦ ରନ୍‌ କରିଥିଲେ। ଏହାଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ୨୦ ରନ୍‌ କରିପାରି ନ ଥିଲେ।

ଅପରପକ୍ଷେ କେକେଆର୍‌ ବୋଲରମାନେ ଜବରଦସ୍ତ ବୋଲିଂ କରି ବିରୋଧୀ ଟିମ୍‌କୁ ଅଡ଼ୁଆରେ ପକାଇଥିଲେ। ମାଇକେଲ ଷ୍ଟାର୍କ ସର୍ବାଧିକ ୩ ଉଇକେଟ ନେଇଥିଲେ। ସେହିଭଳି କେକେଆର୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଶ୍ରେୟସ ୨୪ ବଲ୍‌ରେ ୫୮ ରନ୍‌(ଅପରାଜିତ) ଏବଂ ଭେଙ୍କଟେଶ ଆୟର ୨୮ ବଲ୍‌ରେ ୫୧ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri