Categories: ଖେଳ

ରାଜସ୍ଥାନ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୪ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ୧୮ ତମ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ। ପ୍ରଥମ ବ୍ୟାଟିଂ କରି ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନ୍‌ କରିବାକୁ ସକ୍ଷମ ହୋଇଛି। ପୁଣି ଟସ୍‌ ନିଷ୍ପତ୍ତିକୁ ସିଠିକ୍‌ ପ୍ରମାଣ କରିଥିଲେ ଅଧିନାୟକ ସାମସନ। ନାଇଟ ରାଇଡର୍ସର ନୀତିଶ ରାଣା ଏବଂ ଶୁବମନ ଗିଲ ଓପନିଂ କରିବାକୁ ଆସି ବିଶେଷ କିଛି କରି ପାରି ନ ଥିଲେ। ଶୁବମନ ୧୧ରନ୍‌ କରି ରନ୍‌ ଆଉଟ୍‌ ହୋଇଯାଇଥିଲେ। ନୀତିଶ ମଧ୍ୟ ୨୨ ରନ୍‌(୧ ଚୌକା ଓ ୧ ଛକା) କରି ଚେତନ ସାକାରିଆଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି ସୁନିଲ ନାରାୟଣ ୬ ରନ୍‌ କରି ଥିବା ବେଳେ ଅଧିନାୟକ ଇଅନ ମୋର୍ଗାନ ଖାତା ଖୋଳି ପାରି ନ ଥିଲେ। ପରେ ରାହୁଲ ତ୍ରିପାଠୀ ଏବଂ ଦୀନେଶ କାର୍ତ୍ତିକଙ୍କ ଯୋଡି ଦଳକୁ ଆଗେଇ ନେଇଥିଲେ। ରାହୁଲ ୩୬ ରନ୍‌ କରିଥିବା ବେଳେ ଦିନେଶ ୨୫ କରି ଆଉଟ ହୋଇଥିଲେ। ଫଳରେ ରାଜସ୍ଥାନ ଆଗରେ ଛିଡ଼ା ହୋଇଛି ୧୩୪ ରନ୍‌ର ବିଜୟ ଲକ୍ଷ୍ୟ। ନାଇଟ ରାଇଡର୍ସର ପକ୍ଷରୁ କ୍ରିସ୍‌ ମୋରିସ୍‌ ୪ଟି ଉଇକେଟ ନେଇଥିଲେ।

Share