Categories: ଜାତୀୟ

କୋଲକାତା ଘଟଣା: ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଦେବାକୁ ମନାକଲେ ସୋନାଗାଛିର ଦେହଜୀବୀ! ସତ ଜାଣିଲେ…

କୋଲକାତା,୨୨।୮; କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି ଲୋମହର୍ଷଣକାରୀ ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ଘଟଣାକୁ ବିରୋଧ କରି ସୋନାଗାଛି (କୋଲକାତା ରେଡ୍‌ ଲାଇଟ୍‌ ଏରିଆ) ମହିଳାମାନେ ଦୁର୍ଗାପୂଜା ପାଇଁ ମାଟି ଦେବାକୁ ମନା କରି ଦେଇଛନ୍ତି। ତେବେ ଏହି ଘଟଣା କେତେ ସତ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜଣେ ଦେହଜୀବୀ ପ୍ରତିକ୍ରିୟା ରଖିଛନ୍ତି।

ଦେହଜୀବୀ ଜଣକ କହିଛନ୍ତି, ଆମେ ବହୁତ ଦିନ ଧରି ଦୁର୍ଗାପୂଜାରେ ମୂର୍ତ୍ତି ଗଡିବା ପାଇଁ ମାଟି ଦେଉନାହୁଁ। ସମାଜରେ ଆଭ ଭଳି ଦେହଜୀବୀଙ୍କୁ ଏଯାଏଁ ସ୍ବୀକୃତି ମିଳିନାହିଁ। ଯେତେବେଳେ ଏହାକୁ ନେଇ ଆମେ ବହୁତ ଦିନ ଧରି ଦାବି କରି ଆସୁଛୁ। କଥାବାର୍ତ୍ତା ସମୟରେ ସେ ଆହୁରି କହିଛନ୍ତି, ଦେହ ବେପାର ଭଳି ଏହି ପେଶାରେ ଆମ ପରି ପ୍ରତିଟି ମହିଳାଙ୍କୁ ଅପମାନ ସହିବାକୁ ପଡୁଛି। ଏପରିକି ଅପମାନଜନକ ସ୍ଥିତି ବି ସାମ୍ନା କରିବାକୁ ପଡୁଛି। ଆମକୁ କେବଳ ଦୁର୍ଗାପୂଜାରେ ୪ଦିନ ପାଇଁ ସମ୍ମାନ ମିଳିବା ଆବଶ୍ୟକ ନାହିଁ, ଆମକୁ ସବୁଦନି ପାଇଁ ସମ୍ମାନ ଓ ମର୍ଯ୍ୟାଦା ଦରକାର। ଯେତେବେଳେ ଆମକୁ ସମ୍ମାନ ମିଳିବ ଆମେ ଖୁସି ଖୁସି ଦେହଜୀବୀ ଘର ମାଟି ଦେଇଦେବୁ।

କୁହାଯାଏ କି, ଦୁର୍ଗା ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଆମ ଘର ମାଟି ଶୁଭ ହୋଇଥାଏ। କିନ୍ତୁ ଯଦି କେହି ଆମକୁ ବିନା ପଚାରି ଆମ ଅଞ୍ଚଳର ମାଟି ନେଇଯାଏ ତାକୁ ଆମେ ବିରୋଧ କରିପାରି ନ ଥାଉ। ଆଜିକାଲି ଏହା ଏକ ବ୍ୟବସାୟ ହୋିଗଲାଣି। ଏହି ମାଟି ଏବେ ବଜାରରେ ବି ଉପଲବ୍ଧ ହେଲାଣି। କିନ୍ତୁ ଏହି ମାଟି ଅସଲି କି ନକଲି ମୋତେ ଜଣାନାହିଁ ବୋଲି ଆଉଜଣେ ଦେହଜୀବୀ କହିଛନ୍ତି।

 

Share