ଡିସେମ୍ବର ୧୫ରୁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

କୋଲକାତା: ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଖୁବ୍‌ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମ ଫେଷ୍ଟିଭାଲ ହେବାକୁ ଯାଉଛି।
ଏହି ଫେଷ୍ଟିଭାଲ ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଅଢ଼େଇ ଦଶନ୍ଧି ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ଏଥର ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ସହ ଫିଲ୍ମ ଫେଷ୍ଟିଭାଲର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ।

କରୋନା ମହାମାରୀ ପରଠାରୁ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେଉନାହିଁ। ଏଥି ସହିତ ଯେତେବେଳେ ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିଥିଲା, କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୭ତମ ସଂସ୍କରଣ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୧ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟ ମଧ୍ୟରେ ଏହି ଉତ୍ସବରେ ୪୦ଟି ଦେଶରୁ ୧୬୩ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ଫିଲ୍ମ ମହୋତ୍ସବ ଡିସେମ୍ବର ୧୫ରୁ ୨୨ଡିସେମ୍ବର ମଧ୍ୟରେ ଆୟୋଜିତ ହେବାକୁ ଯାଉଛି।

ପଶ୍ଚିମବଙ୍ଗ ସରକାର ଏବଂ ସଂସ୍କୃତି ବିଭାଗ ଦ୍ୱାରା ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେଉଛି। କୁହାଯାଉଛି, ଚଳିତ ବର୍ଷର ଉତ୍ସବରେ ଏହାକୁ ନେଟ୍‌ ପ୍ୟାକ ପୁରସ୍କାର ସହିତ ୫ଟି ବିଭାଗରେ ବିଭକ୍ତ କରାଯାଇଛି। ଏଥିରେ ମୁଭିଙ୍ଗ ଇମେଜ, ଭାରତୀୟ ଭାଷାର ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଗଳ୍ପ ଅନ୍ତର୍ଭୁକ୍ତ।

Share