ମୁମ୍ବାଇ ଆଗରେ ୧୬୬ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୯।୫: ଆଇପିଏଲ-୨୦୨୨ର ୫୬ତମ ମ୍ୟାଚ୍‌ରେ ମୁମ୍ବାଇ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍‌ ରାଇଡର୍ସ ।ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ବ୍ୟାଟିଂ କରିଥିଲା।
ତେବେ କୋଲକାତା ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ୍‌ କରିଥିଲା । ଆୟର ୪୩ ରନ୍‌ କରି ଆଉଟ ହୋଇଥିଲେ। ପରେ ନିତିଶ ରାଣା ମଧ୍ୟ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। କେବଳ ରିଙ୍କୁ ସିଂ ୨୩ ରନ୍‌ କରିଥିଲେ । ସେହିପରି ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୧୦ ରନ୍‌ ଦେଇ ୫ଟି ଓ୍ବିକେଟ ନେଇଥିଲେ।

Share