Categories: ଖେଳ

ଟସ୍‌ ଜିତିଲା କୋଲକାତା

କୋଲକାତା,୧୪।୪: କୋଲକାତା ଇଡେନ୍‌ ଗାଡେନ୍‌ରେ ଶୁକ୍ରବାର ଖେଳାଯାଉଥିବା ଆଇପିଲ୍‌ର ୧୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ଅନ୍ୟପକ୍ଷେ କୋଲକାତା ନାଇଟ୍‌ ରାଇଡର୍ସ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟୀ ହୋଇ ୪ ପଏଣ୍ଟ ସହ ଟେବୁଲର ଚୁତୁର୍ଥ ସ୍ଥାନରେ ଥିବା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଛି। ଫଳରେ ହାଇଦ୍ରାବାଦ ୨ ପଏଣ୍ଟ ସହ ଟେବୁଲର ନବମ ସ୍ଥାନରେ ରହିଛି। ଫଳରେ ହାଇଦ୍ରାବାଦ ଏହି ମ୍ୟାଚ ଜିତି ଆଗକୁ ବଢିବାକୁ ଲକ୍ଷ୍ୟ ରଖିବ। ଏପରି କି କୋଲକାତା ମଧ୍ୟ ଏହି ମ୍ୟାଚରେ ବିଜୟ ହୋଇ ହ୍ୟାଟ୍ରିକ୍‌ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷେ ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ମ୍ୟାଚ ବିଜୟୀ ପାଳି ପରେ କୋଲକାତା ବେଶ ଉତ୍ସାହିତ ରହିଛି।

Share