Categories: ଖେଳ

ଚେନ୍ନାଇକୁ ହରାଇ କୋଲକାତାର ଷଷ୍ଠ ବିଜୟ

ଚେନ୍ନାଇ,୧୪ା୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୬ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ କୋଲକାତା ୬ଟି ମ୍ୟାଚ୍‌ରେ ବିଜୟୀ ହୋଇ ୧୨ ପଏଣ୍ଟ ପାଇଛି।

ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୪୪ ରନ୍‌ କରିଥିଲା। ଦଳ ପକ୍ଷରୁ ଶିବମ ଦୁବେ ସର୍ବାଧିକ ୪୮* ରନ୍‌ କରିଥିଲେ। ୧୪୫ ରନ୍‌ର ଜବାବରେ ରିଙ୍କୁ ସିଂ ଏବଂ ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ୧୮.୩ ଓଭରରେ ୪ ଉଇକେଟ ହରାଇ ବିଜୟ ଟାର୍ଗେଟ ପୂରଣ କରିନେଇଥିଲା।

୧୪୫ ରନ୍‌ ଲକ୍ଷ୍ୟର ପିଛା କରୁଥିବା କୋଲକାତା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ କୋଲକାତା ୩୩ ରନ୍‌ରେ ୩ ଉଇକେଟ ହରାଇଥିଲା। ହେଲେ ଅଧିନାୟକ ନୀତୀଶ ରାଣା ୪୪ ବଲ୍‌ରେ ୫୭* (୬ ଚୌକା ଏବଂ ୧ ଛକା) ରନ୍‌ କରିଥିବା ବେଳେ ରିଙ୍କୁ ସିଂ ୪୩ ବଲ୍‌ରେ ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ବଳରେ କୋଲକାତା ୯ ବଲ ବାକି ରଖି ମ୍ୟାଚ ବିଜୟୀ ହୋଇଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୩ ଉଇକେଟ ନେଇଥିଲେ।

Share