Categories: ଜାତୀୟ

୧୪ ପ୍ରେମିକଙ୍କ ସହ ସ୍ତ୍ରୀ ରଖିଲେ ଅବୈଧ ସମ୍ପର୍କ, ସ୍ବାମୀ କଲେ ଏମିତି

କୋଲକତା,୨୩।୭: ପଶ୍ଚିମବଙ୍ଗରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ୧୪ ଯୁବକଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍‌ ପଠାଇଛନ୍ତି। ନୋଟିସରେ କୁହାଯାଇଛି, ଯଦି ୨ ସପ୍ତାହ ଭିତରେ ଏହି ୧୪ ଯୁବକ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ବିରୋଧରେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ। ନୋଟିସ ପଠାଇଥିବା ବ୍ୟକ୍ତି ଜଣେ ବ୍ୟବସାୟୀ।ସୂଚନାଯୋଗ୍ୟ, କୋଲକାତାରେ ରହୁଥିବା ଏହି ବ୍ୟବସାୟୀଙ୍କ ସ୍ତ୍ରୀ ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖୁଥିବା ସେ ସନ୍ଦେହ କରିଥିଲେ। ଏହାପରେ ସେ କାହା ସହ ସମ୍ପର୍କ ରଖୁଛନ୍ତି ତାହା ଜାଣିବା ପାଇଁ ପ୍ରମାଣ ଯୋଗାଡ କରିଥିଲେ। ପ୍ରମାଣ ମିଳିବା ପରେ ଏକ ତାଲିକା ପ୍ରସ୍ତୁତ କରିଥିଲେ। ଏହି ତାଲିକାରେ ୧୪ ଯୁବକଙ୍କ ନାଁ ଥିଲା। ସେମାନଙ୍କୁ ଲିଗାଲ ନୋଟିସ୍‌ ପଠାଇ ସମ୍ପର୍କ ରଖିବାର ୧୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ମୋ ସ୍ତ୍ରୀ ବିବାହିତ, ସେମାନେ ମୋତେ ବି ଜାଣିଥିଲେ ଏହା ସତ୍ତ୍ୱେ ଅବୈଧ ସମ୍ପର୍କ ରଖିଥିବାରୁ ନୋଟିସ ପଠାଇଥିବା ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ କହିଛନ୍ତି।

Share