Categories: ଖେଳ

ରିପ୍ଲେସମେଣ୍ଟ ଘୋଷଣା କଲା କେକେଆର: ଲିଟନ ଦାସଙ୍କ ସ୍ଥାନରେ ଖେଳିବେ ଜନସନ

ନୂଆଦିଲ୍ଲୀ,୪।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୨୦୨୩ର ଅବଶିଷ୍ଟ ମ୍ୟାଚ ପାଇଁ ଲିଟନ ଦାସଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି। ଦଳ ଜନସନ ଚାଲର୍‌ସଙ୍କୁ ଲିଟନ ଦାସଙ୍କ ସ୍ଥାନ ଦେଇଛି। କେକେଆର୍‌ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇ ଦଳରେ ସାମିଲ କରିଛନ୍ତି। ସେ ଜଣେ ଇଉକେଟ କିପର ବ୍ୟାଟ୍ସମ୍ୟାନ। ପାରିବାରିକ ମେଡିକାଲ ଇମରଜେନ୍ସି ଯୋଗୁଁ ଲିଟନ ଦାସ ବାଂଲାଦେଶ ଫେରିଯାଇଛନ୍ତି। ଏନେଇ ଆଇପିଏଲ ତା’ର ଅଫିସିଆଲ ଟୁଇଟର ମାଧ୍ୟମରେ ସୂଚନା ଦେଇ କହିଛି, କୋଲକାତା ନାଇଟ ରାଇଡର୍ସ ଗୁରୁବାର ଲିଟନ ଦାସଙ୍କ ସ୍ଥାନରେ ଜନସନ ଚାଲର୍‌ସଙ୍କୁ ଅନ୍ତର୍ଭୁକ୍ତ କରିଛି। ଚାଲର୍‌ସ ଜଣେ ଉଇକେଟ କିପର ବ୍ୟାଟ୍ସମ୍ୟାନ। ସେ ୱେଷ୍ଟଇଣ୍ଡିଜ ପାଇଁ ୪୧ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୯୭୧ ରନ ସଂଗ୍ରହ କରିଛନ୍ତି। ଚାଲର୍‌ସ ୱେଷ୍ଟଇଣ୍ଡିଜ ୨୦୧୬ ଆଇସିସି ୱାଲର୍‌ଡ ଟି -୨୦ ବିଜେତା ଦଳରେ ଥିଲେ।

Share