Advertisement

କୋଲକାତା ବଳାତ୍କାର-ହତ୍ୟା ମାମଲାରେ ନ୍ୟାୟ ଦାବି କରୁଥିବା ଅଭିନେତ୍ରୀଙ୍କୁ ମିଳିଲା ରେପ୍‌ ଧମକ, ଶେୟାର କଲେ ସ୍କ୍ରିନଶଟ୍‌

କୋଲକାତା,୨୧।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ସିବିଆଇ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି।

ଏହି ସମୟରେ ତୃଳମୂଳ କଂଗ୍ରେସର ପୂର୍ବତନ ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର କହିଛନ୍ତି ଯେ ସେ କୋଲକାତା ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ପୋଷ୍ଟ ଶେୟାର କରିବା ଦିନଠାରୁ ତାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି ଏବଂ ଅଶ୍ଳୀଳ ବାର୍ତ୍ତା ପଠାଯାଉଛି।

ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍କ୍ରିନଶଟ୍‌ ଶେୟାର କରି ଲେଖିଛନ୍ତି, ଆମେ ଏଠାରେ ମହିଳାମାନଙ୍କ ପାଇଁ ନ୍ୟାୟ ଦାବି କରୁଛୁ। ଏମାନଙ୍କ ମଧ୍ୟରୁ ଅନେକ ଅଛନ୍ତି,ଯେଉଁମାନେ ବଳାତ୍କାର ଧମକ ଦେଉଛନ୍ତି। ଯିଏ କହୁଛନ୍ତି ଆମେ ମହିଳାଙ୍କ ସହ ଛିଡା ହୋଇଛୁ। ସେମାନେ ଏଭଳି ଧମକ ଦେଉଛନ୍ତି। କେଉଁ ଲାଳନପାଳନ ଏବଂ ଶିକ୍ଷା ଏହାକୁ ଅନୁମତି ଦିଏ? ଏହି ପୋଷ୍ଟରେ ସେ କୋଲକାତା ପୋଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel