Categories: ଜାତୀୟ

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି ରହିଛି ଚର୍ଚ୍ଚା। ଏହି ମୃତ ଦେହରେ କ୍ଷତ ଚିହ୍ନ ରହିଥିଲା। ଅଭୟା ଯୁଦ୍ଧ ଜାରି ରଖିଥିଲେ ବି ଶେଷରେ ହାରି ଯାଇଥିଲେ। ସେ ଜୀବିତ ଥିବାବେଳେ ମଧ୍ୟ ଲଢୁଥିଲେ। ହଁ, ସିବିଆଇ ରିପୋର୍ଟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଅଭୟା ସନ୍ଦୀପ ଘୋଷଙ୍କ ଅନ୍ଧକାର ଶୋଷଣର ଡାଏରୀ ଖୋଲିବାକୁ ଯାଉଥିଲେ। ସେ ଏକ ବଡ ରହସ୍ୟ ପ୍ରକାଶ କରିବାକୁ ଯାଉଥିଲେ। ସେ ସେହି ଡାକ୍ତରଖାନାର ଲୋକଙ୍କ ପୋଲ୍‌ ଖୋଲିବାକୁ ଯାଉଥିଲେ। କିନ୍ତୁ ତାଙ୍କ ବିରୋଧରେ ଏକ ଯୋଜନା କରାଯାଇଥିଲା ଏବଂ ସେ ତାହା ଜାଣି ନଥିଲେ। ସିବିଆଇ ରିପୋର୍ଟରେ ମିଳିଥିବା ସୂଚନା ଅନୁଯାୟୀ, ଅଭୟା ହସ୍ପିଟାଲରେ ବ୍ୟବହୃତ ଔଷଧ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଥିଲେ।
କାରଣ ଏହି ଔଷଧ ଉପରେ ଅନେକ ଅଭିଯୋଗ ଆସିଥିଲା। ଏହି ଔଷଧ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଥିଲେ। ଡାକ୍ତରଖାନାରେ ଏକ ସଫଳ ଅପରେସନ ଚାଲିଥିଲା। ଅପରେସନ ପରେ ବ୍ୟବହୃତ ଆଣ୍ଟିବାୟୋଟିକ ଔଷଧଗୁଡିକ ଖରାପ ଗୁଣବତ୍ତାର ଥିଲା, ଅର୍ଥାତ୍‌ ତାହା ଖରାପ ଥିଲା ଏବଂ ଲୋକମାନେ ଏହାକୁ ବ୍ୟବହାର କରିବା ପରେ ମୃତ୍ୟୁ ମୁଖରେ ପଡୁଥିଲେ। କେବଳ ଲୋକ ନୁହଁନ୍ତି ପିଲାମାନେ ମଧ୍ୟ ଜୀବନ ହରାଉଥିଲେ। ଅନେକ ଶିଶୁଙ୍କ ଅପରେସନ ପରେ ବ୍ୟବହୃତ ଆଣ୍ଟିବାୟୋଟିକ ଦ୍ୱାରା ଶିଶୁ ଏବଂ ବୃଦ୍ଧ ଏବଂ ଡାକ୍ତରଖାନାର ଲୋକମାନେ ମଧ୍ୟ ହୃଦୟଙ୍ଗମ କରିବାକୁ ଲାଗିଲେ ଯେ ଆଣ୍ଟିବାୟୋଟିକ ଭଲ ନୁହେଁ। କୁହାଯାଉଛି କି ଏବେ ଏମିତି ଏକ ବଡ ତଥ୍ୟ ଦେଇଛନ୍ତି ଜଣେ ମହିଳା ଡାକ୍ତର, ଯାହାକୁ ନେଇ ଏବେ ନାନା ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଏହା କେତେଦୂର ଠିକ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ।

Share