ଝିଅ ଭାମିକାଙ୍କ ସହ ଭାଇରାଲ ହେଉଛି ଅନୁଷ୍କାଙ୍କ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅପକମିଂ ଫିଲ୍ମ ଚକଦା ଏକ୍ସପ୍ରେସକୁ ନେଇ ଏବେ ଖୁବ୍ ବିଜି ଅଛନ୍ତି । ଶନିବାର ସେ ତାଙ୍କର କୋଲକାତା ସିଡ୍ୟୁଲ ପୁରା କରିଛନ୍ତି । ଏହାର ଏକ ଝଲକ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସେ ଯେଉଁସବୁ ଫଟୋ ଶେୟାର କରିଛନ୍ତି ତା ମଧ୍ୟରୁ ଗୋଟିଏ ଫଟୋକୁ ୟୁଜର୍ସ ବେଶ ପସନ୍ଦ କରୁଛନ୍ତି । ଏଥିରେ ସେ ଝିଅ ଭାମିକାଙ୍କ ସହ ଏମିତି ପୋଜ ଦେଇଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି ।
ଏହାସହ ଅନୁଷ୍କା ବୋଲକାତାର ବେଲୁର ମଠ, କାଳିଘାଟ ମନ୍ଦିର, ବଲବନ୍ତ ସିଂଙ୍କ ଚା ଓ ସମୋସା, ମିଠା, ବେକ୍‌ଡ ରସଗୋଲା, ପାରାମାଉଣ୍ଟର ସର୍ବତ, ଗିରିଶ ଦେ ମଲାଇ ରୋଲ, ପୁତି ରାମଙ୍କ କଚୋରି ଆଲୁ ତାଙ୍କ କ୍ୟାପଶନ ଓ ଫଟୋ ଦେଖି ସମସ୍ତେ ଯେମିତି କୋଲିକାତା ପ୍ରେମରେ ପଡିଯାଇଛନ୍ତି । କେବଳ ଅନୁଷ୍କା ନୁହେଁ ଭାମିକାବି ଏହାର ମଜା ନେଉଥିବା ସେ କହିଛନ୍ତି ।
ଅଭିନେତ୍ରୀ ଶେଷଥର ପାଇଁ ୨୦୧୮ରେ ଫିଲ୍ମ ଜିରୋରେ ଦେଖା ଦେଇଥିଲେ । ଗତ କିଛି ବର୍ଷ ହେବ ସେ ନିର୍ମାତା ଭାବେ ଖୁବ୍ ବ୍ୟସ୍ତ ଥିଲେ ।

Share