Posted inଜାତୀୟ

ପିଇଲେ ମଦ, ତା’ ପରେ ଗଲେ ରେଡ୍‌ ଲାଇଟ୍‌ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ

ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍‌ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ ସେଦିନ ରାତିର ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଅଗଷ୍ଟ ୯ରେ ମେଡିକାଲ କଲେଜର ସେମିନାର ହଲ୍‌ରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସିବିଆଇ ଏନେଇ ତଦନ୍ତ କରୁଛି। ତଦନ୍ତବେଳେ ଖୋଦ୍‌ ସଞ୍ଜୟ ଏପରି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଶିହରି ଉଠିବେ।

ଅଭିଯୁକ୍ତ ଏକ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ। ଅଗଷ୍ଟ ୮ ଅଧାରାତିରେ ସଞ୍ଜୟ ତାଙ୍କର ଅନ୍ୟଏକ ସ୍ବେଚ୍ଛାସେବୀ ବନ୍ଧୁ ସହିତ ସୋନାଗାଛି(କୋଲକାତାର ରେଡ୍‌ ଲାଇଟ୍‌) ଯାଇଥିଲେ। ଏହି ସମୟରେ ସଞ୍ଜୟ ପ୍ରଚୁର ମଦ ପିଇଥିଲେ। ରାତି ୨ଟାରେ ସଞ୍ଜୟଙ୍କ ସାଥୀ ରେଡ୍‌ ଲାଇଟ୍‌ର ଏକ ଦେହଜୀବୀଙ୍କ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ସଞ୍ଜୟ ବାହାରେ ଛିଡା ହୋଇଥିଲେ। ବାହାରେ ଛିଡା ହେବା ସମୟରେ ପାଖ ଦେଇ ଯାଉଥିବା ଜଣେ ମହିଳାଙ୍କୁ ସଞ୍ଜୟ ଅସଦାଚରଣ କରିଥିଲେ। ଏଥିସହ ଅନ୍ୟ ଏକ ମହିଳାଙ୍କୁ ଫୋନ କରି ତାଙ୍କ ନଗ୍ନ ଫଟୋ ଛାଡିବାକୁ କହିଥିଲେ। ରାତି ୩.୫୦ ସମୟରେ ସଞ୍ଜୟ ଆରଜି କର ହସ୍ପିଟାଲ ଚାରି ପାଖରେ ବୁଲିଥିଲେ। ଏହାପରେ ନିଶାରେ ରହି ସେ ହସ୍ପିଟାଲର ଅପରେଶନ ହଲ୍‌କୁ କବାଟ ଭାଙ୍ଗି ପଶିଥିଲେ। ଏହାପରେ ସେ ଏମରଜେନ୍ସି ବିଭାଗକୁ ଯାଥିଲେ। ଏହାପରେ ପୁଣି ସେ ତୃତୀୟ ମହଲାରେ ଥିବା ସେମିନାର ହଲ୍‌ରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ଟ୍ରେନି ଡାକ୍ତରଙ୍କୁ ସେମିନାର ହଲ୍‌ରେ ଗଭୀର ନିଦରେ ଶୋଇଥିବାର ଦେଖିବାକୁ ପାଇଥିଲେ। ଏହି ସମୟରେ ସବୁ କାଣ୍ଡଜ୍ଞାନ ହରାଇ ତାଙ୍କୁ ବଳାତ୍କାର କରିଥିଲେ। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ସେହଦିନ ରାତିରେ ବାରମ୍ବାର ହସ୍ପିଟାଲ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri