୧୨.୫ କୋଟିରେ ଶ୍ରେୟସଙ୍କୁ ନେଲା କୋଲକାତା

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଯାଇଛି। ଅକ୍ସନର ପ୍ରଥମ ଦିନରେ ନାମୀଦାମୀ ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜ।

ଭାରତର ଷ୍ଟାର୍‌ ବ୍ୟାଟର ଶ୍ରେୟସ୍‌ ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟି ଟଙ୍କାରେ କିଣିଛି। ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ପକ୍ଷରୁ ଖେଳୁଥିଲେ। ସେ ଦିଲ୍ଲୀର ଅଧିନାୟକ ବି ରହିଥିଲେ। ହେଲେ ଚଳିତ ସଂସ୍କରଣ ପାଇଁ ସେ ନିଜକୁ ଟିମରୁ ରିଲିଜ କରିନେଇଥିଲେ। ଶ୍ରେୟସ୍‌ କୋଲକାତାକୁ ଯାଇଥିବାରୁ ଟିମ୍‌ର କ୍ୟାପଟେନ୍‌ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।
ସେହିପରି ଶିଖର ଧୱନ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ଭଲ ଦାମ୍‌ ମିଳିଛି। ଅକ୍ସନର ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପ୍ନର ଶିଖର ଧୱନ। ଧୱନଙ୍କୁ ପଞ୍ଜାବ କିଙ୍ଗ୍‌ସ ୮.୨୫ କୋଟି ଟଙ୍କାରେ କିଣିଛି।

Share