Categories: ଜାତୀୟ

ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ସେଦିନ ରାତିରେ କ’ଣ ସବୁ ଘଟିଥିଲା ଆଜି ୪ ଡାକ୍ତରଙ୍କୁ ପଚରାଉଚରା କରିବ ସିବିଆଇ

କୋଲକାତା,୧୬ା୮: ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଶୁକ୍ରବାର କୋଲକାତାର ସଲ୍ଟ ଲେକ୍‌ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ସିବିଆଇର ସ୍ବତନ୍ତ୍ର କ୍ରାଇମ ବ୍ରାଞ୍ଚ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଘଟଣାର ରାତିରେ ଯାହା ଘଟିଥିଲା ସେ ସମ୍ପର୍କରେ ସିବିଆଇ ଏହି ପିଜିଟି (PG Trainee Doctor)ଙ୍କୁ ପଚରାଉଚରା କରିବ। ସିବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ମହିଳା ଡାକ୍ତରଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ପଶ୍ଚିମବଙ୍ଗର କୋଲକାତା ସିଜିଓ କମ୍ପ୍ଲେକ୍ସରେ ଥିବା ସିବିଆଇର ସ୍ବତନ୍ତ୍ର କ୍ରାଇମ ଶାଖାରୁ ଅଣାଯାଇ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି।

Share