Categories: ଜାତୀୟ

ବର୍ଷିଲେ କୋଲକାତା ପୀଡିତାଙ୍କ ମା’, କହିଲେ ମମତାଙ୍କ ପିଲା ନାହିଁ, ତେଣୁ ସେ ବୁଝି ପାରିବେନି ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ

କୋଲାକାତା,୩୦।୮: କୋଲକାତାର ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମା’ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବୁଧବାର ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ଆମକୁ ଅତ୍ୟନ୍ତ ଦୁଃଖ ଦେଇଛି ଯେ ପରିବାର ନ୍ୟାୟ ଚାହୁଁନାହାଁନ୍ତି ସମଗ୍ର ଦେଶ ଆମ ଝିଅ ପାଇଁ ନ୍ୟାୟ ଦାବି କରୁଛନ୍ତି ଏବଂ ଆମେ ନ୍ୟାୟ ଚାହୁଁ ନାହୁଁ। ସେ କହିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଲା ନାହାଁନ୍ତି, ତେଣୁ ସେ ବୁଝିପାରିବେ ନାହିଁ ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ।

ତେବେ ପୀଡିତା ଝିଅ ପାଇଁ ଯେଉଁମାନେ ନ୍ୟାୟ ଦାବି କରୁଛନ୍ତି ଏହା ସେମାନେ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ ଆମେ ଗଭୀର ଦୁଃଖିତ। ସେ (ମମତା) ଯାହା ଚାହାଁନ୍ତି ତାହା କହିପାରିବେ, ଆମେ ଆମର ଦୁଃଖ କାହାକୁ ବୁଝାଇ ପାରିବୁ ନାହିଁ। ସାରା ବିଶ୍ୱ ମୋ ଝିଅ ସହିତ ଛିଡା ହୋଇଛି।
ପୀଡିତାଙ୍କ ମାତାପିତା କହିଛନ୍ତି ଯେ ଆମେ ନ୍ୟାୟ ପାଇଁ ଆଶା କରୁଛୁ, ଯେଉଁମାନେ ଆମ ପାଇଁ ନ୍ୟାୟ ଦାବି କରୁଛନ୍ତି ସେମାନଙ୍କ ପ୍ରତି ଆମେ ସର୍ବଦା କୃତଜ୍ଞ ରହିବୁ। ଯଦି ଆମେ ସେମାନଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରିବା, ଆମେ ନିଶ୍ଚିତ ଭାବରେ ତାହା କରିବୁ। ପୋଲିସର କାର୍ଯ୍ୟରେ ଆମେ ସନ୍ତୁଷ୍ଟ ନଥିଲୁ ତେଣୁ ଆମେ ହାଇକୋର୍ଟକୁ ଯାଇଥିଲୁ ଓ କୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା।

Share