କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ ଇସପ୍ଲାନେଡ୍ ଅଞ୍ଚଳର ଏଭଳି ଅନନ୍ୟ ପାର୍କ ପ୍ରତିଷ୍ଠା କରାଯିବ। ପାର୍କରେ ଫାଷ୍ଟ ଫୁଡ୍ ଦୋକାନ ରହିଛି। ପଶ୍ଚିମବଙ୍ଗ ପରିବହନ ନିଗମ ପକ୍ଷରୁ ଏହି ଯୋଜନା କରାଯାଇଛି। ଏନେଇ ରାଜ୍ୟ ପରିବହନ ନିଗମ ପ୍ରବନ୍ଧ ନିର୍ଦ୍ଦେଶକ ରାଜନବୀର କପୁର ସୂଚନା ଦେଇଛନ୍ତି। ଅଦରକାରୀ ସାମଗ୍ରୀର ବ୍ୟବହାର ଦ୍ୱାରା କିପରି କଳାକୃତ୍ତି ନିର୍ମାଣ କରାଯିବ ସେ ନେଇ ପରିବହନ ନିଗମ ପକ୍ଷରୁ ଆଗରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ ଏନେଇ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।