Categories: ଖେଳ

ଟସ୍‌ ଜିତିଲା କୋଲକାତା, ବ୍ୟାଟିଂ ନିଷ୍ପତ୍ତି

ହାଇଦ୍ରାବାଦ,୪ା୫: ଆଇପିଏଲ ସିଜିନ ୧୬ର ୪୭ତମ ମ୍ୟାଚ୍‌ ହାଇଦ୍ରାବାଦ ଏବଂ କୋଲକାତା ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ନୀତିଶ ରାଣା ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ହାଇଦ୍ରାବାଦ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଭଲ ବୋଲିଂ ସହ ଦଳକୁ ଏକ ଛୋଟ ସ୍କୋରରେ ଅଟକାଇବାକୁ ଚାହୁଁଛି।  ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କ ମଧ୍ୟରେ କୋଲକାତା ଦୁଇଟି ପରିବର୍ତ୍ତନ କରିଛି। ଡେଭିଡ୍‌ ଓ୍ବିଜେଙ୍କ ସ୍ଥାନରେ ଜସନ ରୟ ଏବଂ ଏନ ଜଗଦୀଶାନଙ୍କ ସ୍ଥାନରେ ବୈଭବ ଆରୋରାଙ୍କୁ ସୁଯୋଗ ଦିଆଯାଇଛି।

Share