Categories: ଜାତୀୟ

ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ

କୋଲକାତା,୧।୮: ହ୍ବାଟ୍ସଆପ୍‌ ଓ ଫେସ୍‌ବୁକରେ ଗ୍ରୁପ କ୍ରିଏଟ୍‌ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ ଉତ୍ତର କୋଲକାତାର ମାଣିକତାଲା ଅଞ୍ଚଳରୁ ରବିବାର ଗିରଫ କରିଛି କୋଲକାତା ପୋଲିସ।

ତାଙ୍କ ପାଖରୁ ସିଙ୍ଗଲ୍‌ ଶଟ୍‌ ଦେଶୀ ପିସ୍ତଲ ଓ କାରଟ୍ରିଜ ଜବତ କରାଯାଇଛି। ଜୈଶ୍ୱାଲ ଉକ୍ତ ପିସ୍ତଲ ସହ ଫଟୋ ଉଠାଇ ଶେୟାର କରିଥିଲେ। ଗ୍ରୁପ୍‌ଗୁଡ଼ିକକୁ ପବ୍ଲିକ କରାଯାଇ ନ ଥିଲା। କେବଳ ଗ୍ରୁପର ସଦସ୍ୟମାନେ ଏହାକୁ ଆକ୍ସେସ କରିପାରୁଥିଲେ ବୋଲି ମାଣିକତାଲା ପୋଲିସ ଥାନା ଅଧିକାରୀ କହିଛନ୍ତି।

Share