Posted inଫୁରସତ

କୋଣାଦିତ୍ୟର ଉପାସନା ଖିଆଲି ପରମ୍ପରା ନୁହେଁ

ପୂର୍ବ ଆଲେଖ୍ୟରୁ ଆମେ ଜାଣିଲେ କୋଣାର୍କକୁ ୨୪ଥର ପଥର ଆସିଥିଲା। ସମସ୍ତ ପଥର ଓଡ଼ିଶାର ପାହାଡ଼/ପର୍ବତରୁ ଆସିଥିଲା। ସେଥିପାଇଁ ସେଗୁଡ଼ିକର ଅବସ୍ଥିତି ଆମେ ଆଲୋଚନା କରିଥିଲୁ। ପଥର ବାଛିବାଠାରୁ ପଥର ଆଣି କୋଣାର୍କରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଓଡ଼ିଶାର ଅଭିଜ୍ଞ ଶିଳ୍ପୀ କରିଥିଲେ। ସେମାନଙ୍କୁ ସହଯୋଗ କରିଥିବା ରାଜା /ମହାରାଜା/ଗଡ଼ନାୟକ/ଖଣ୍ଡପାଳ/ଦଳବେହେରା/ଗଡ଼ ସାମନ୍ତମାନଙ୍କ ଅବଦାନ ମଧ୍ୟ ପ୍ରସଙ୍ଗକ୍ରମେ ଉପସ୍ଥାପନ କରାଯାଇଥିଲା। ଉଲ୍ଲେଖ କରିବାର ଆଭିମୁଖ୍ୟ ଆମର ସ୍ପଷ୍ଟ। ଯେଉଁମାନେ ଶ୍ରୀପଦ୍ମକେଶର ମନ୍ଦିର ଏବଂ କୋଣାର୍କ ଉପରେ ବଡ଼ ବଡ଼ ଗ୍ରନ୍ଥ/ପୁସ୍ତକ ଲେଖି ପ୍ରମାଣିତ କରିବାକୁ ଚାହିଁଥିଲେ ଓଡ଼ିଆମାନେ ଏହି ମନ୍ଦିର ନିର୍ମାଣ କରିନାହାନ୍ତି। ସେମାନଙ୍କ ବର୍ଣ୍ଣନା ଓ ମତକୁ ନିରାଧାର କରିବା। ଏକ ଭୁଲ୍‌ ଐତିହ୍ୟ ଆମ ଉପରେ ଲଦି ଦିଆଯାଇଥିଲା।
ପଦ୍ମତୋଳାଗଣ୍ଡରେ ପଥର ପହଞ୍ଚିବା ପରେ ତା’ର ହିସାବ ଓ ରକ୍ଷଣାବେକ୍ଷଣ କଥା ଆମେ ଆଲୋଚନା କରିଥିଲେ। ନିର୍ମାଣ କେମିତି ଆଗେଇଲା, କେଉଁମାନେ ଘରଦ୍ୱାର ପିଲାସଂସାରକୁ ଛାଡ଼ି ମାସ ମାସ ଧରି କୋଣାର୍କରେ ଅବସ୍ଥାନ କରି ଜାତିର ଗୌରବକୁ ପ୍ରତିଷ୍ଠା କରିଦେଇଗଲେ ତାଙ୍କ ବିଷୟରେ ଜାଣିବା ଓ ଅନ୍ୟକୁ ଜଣେଇବା।
ଅନେକ ପୁସ୍ତକରେ ଲେଖିବାକୁ ଲେଖକମାନେ ଭୁଲିଲେ ନାହିଁ ଯେ ତୀର୍ଥରେ ସ୍ନାନ କରି ଶ୍ରୀମହାଭାସ୍କରଙ୍କୁ ଦର୍ଶନ କରିବାର ଏକ ଖିଆଲି ପରମ୍ପରାକୁ ନେଇ ଏତେ ଧନ ଦରବ ଖର୍ଚ୍ଚ କରିବା କ’ଣ ଆବଶ୍ୟକ ଥିଲା। ସେମାନେ ବୁଝିନାହାନ୍ତି ସନତନୀୟ ସ୍ନାନ ପରମ୍ପରାର ରହସ୍ୟ। ଆମେ ଜାଣେ ଆମ ପରମ୍ପରାରେ ସ୍ନାନ ସାତ ପ୍ରକାର।
୧- ମନ୍ତ୍ର ସ୍ନାନ, ୨-ପାର୍ଥିବ ସ୍ନାନ (ମାଟି ଚୂର୍ଣ୍ଣ ବୋଳିହୋଇ ସ୍ନାନ କରିବା), ୩- ଆଗ୍ନେୟ ସ୍ନାନ (ପାଉଁଶ/ଭସ୍ମ ବୋଳି ହୋଇ ଏବଂ ସୂର୍ଯ୍ୟ କିରଣରେ ସ୍ନାନ କରିବା)।
୪- ବାୟବ୍ୟ ସ୍ନାନ: ଗୋରୁ ଗଲାବେଳେ ତାଙ୍କ ଖୁରା ବାଜି ଯେଉଁ ଧୂଳି ବା ରଜ ସୃଷ୍ଟି ହୁଏ ତାହା ଖୋଲା ଦେହକୁ ପବନ ସହ ବାଜିଲେ ବୟବ୍ୟ ସ୍ନାନ ହୁଏ।
୫- ଦିବ୍ୟ ସ୍ନାନ: ଖରା ପଡ଼ିଥିବ/ବର୍ଷା ବି ଝିପି ଝିପି ହେଉଥିବ, ଠିକ୍‌ ସେଇ ସମୟରେ ତୀର୍ଥରେ ଯେଉଁ ସ୍ନାନ କରାଯାଏ।
୬- ବାରୁଣି ସ୍ନାନ: ମହୋଦଧି, ପବିତ୍ର ନଦୀ ଏବଂ ପାହାଡ଼ରୁ ଝରିଆସି ତୀର୍ଥ ସଂଲଗ୍ନ ହୋଇଥିବା ଝରଣାରେ ତିଥି, ବାର ଓ ନକ୍ଷତ୍ର ଅନୁଯାୟୀ ଯେଉଁ ସ୍ନାନ କରାଯାଏ।
୭- ମାନସିକ ସ୍ନାନ: ମନରେ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କରି ସନ୍ନ୍ୟାସୀମାନେ ସ୍ଥାନ-କାଳ-ପାତ୍ର ଅନୁଯାୟୀ ଯେଉଁ ସ୍ନାନ କରନ୍ତି।
କୋଣାଦିତ୍ୟରେ ମହୋଦଧି ସଂଲଗ୍ନ ପବିତ୍ର ଚନ୍ଦ୍ରଭାଗା ନଦୀରେ ବାରୁଣି ସ୍ନାନ ପ୍ରଚଳିତ। ପବିତ୍ର ନଦୀର ତାହା ସଙ୍ଗମ ସ୍ଥଳ ଥିଲା। ପାରଲୌକିକ ବିଶ୍ୱାସ କେବଳ ନୁହେଁ, ଇହଲୋକର ବିଜ୍ଞାନ ବାର୍ତ୍ତା ଏଥିରେ ଅଛି। ବିଶ୍ୱାସ ଓ ଆସ୍ଥାର କଥା। ସେଇ ଗଣବିଶ୍ୱାସକୁ ସମ୍ମାନ ଦେଇଆସିଥିଲେ ମହାରାଜାମାନେ। ସେ ବିଶ୍ୱାସ ଶାମ୍ବଙ୍କର ମଧ୍ୟ ଥିଲା। ନଇଲେ ବ୍ୟାଧିମୁକ୍ତ ହେବା ସହିତ ସିଦ୍ଧି ପାଇଲେ କେମିତି!! ସେବେଠୁ ଓଡ଼ିଶା ମୂଲକରେ କୋଣାଦିତ୍ୟ ଥିଲା ପବିତ୍ର ଭୂମି।
ସେଇ ପବିତ୍ର ପରମ୍ପରାର ବିକାଶ କରିବାକୁ ସଂକଳ୍ପ ନେଇଥିଲେ ଲାଙ୍ଗୁଳା ନରସିଂଦେବ। ତୀର୍ଥ ଥିଲା, ସୂର୍ଯ୍ୟଦେବତା ବି ପୂଜା ପାଉଥିଲେ, ଦେବତାଙ୍କ ସମେତ ମଣିଷମାନଙ୍କ ସ୍ନାନ ବିଧି ଥିଲା, ଆଉ ଟିକେ ବିକାଶ କରାଇବାକୁ ଅଣ୍ଟା ଭିଡ଼ିଥିଲେ ଗଜପତି। ଗଜପତିଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶାର ‘ମହାସାମନ୍ତ’ମାନେ। ଆମେ ଜାଣେ କେତୋଟି ଗ୍ରାମକୁ ନେଇ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ‘ବିଷୟ’ ଗଠିତ ହୋଇଥିଲା। ପାଞ୍ଚୋଟି ବିଷୟକୁ ନେଇ ଗଠିତ ଅଞ୍ଚଳର ମୁଖିଆ ଥିଲେ-ବିଷୟାଧିପତି। ଗଜପତି ୟାଙ୍କୁ ନିଯୁକ୍ତି ଦେଉଥିଲେ। ଭିନ୍ନ ଭିନ୍ନ କାଳରେ ବିଷୟାଧୃପତି ଚିହ୍ନିତ ହୋଇଛନ୍ତି ‘ରାଣକ’, ସାମନ୍ତ ଓ ମହାସାମନ୍ତ ଅଧିପତି ଭାବରେ। ଅନେକ ଐତିହ୍ୟରୁ ଜଣାଯାଏ ଗଜପତିଙ୍କର ମହାସାମନ୍ତ ଥିଲେ ବିଶ୍ୱାସପୁରୁଷ। ସେଥିପାଇଁ କେତେକ ଉଚ୍ଚକ୍ଷମତା ତାଙ୍କୁ ଦିଆଯାଇଥିଲା। ଗଜପତିଙ୍କ ପରିବାରର ଦୂରସମ୍ପର୍କୀୟ ବା ପରିବାରଭୁକ୍ତ ଥିଲେ ମହାସାମନ୍ତମାନେ। କୋଣାର୍କ ଅଞ୍ଚଳରେ ଯେଉଁ ଗଙ୍ଗବଂଶୀ ୧୬ ଗଡ଼ ଥିଲା, ସେଇ ଗଡ଼ର ମହାସାମନ୍ତମାନଙ୍କର ଉପାଧି ଥିଲା- ବୀରବର ମର୍ଦ୍ଦରାଜ ସାମନ୍ତ (ଗୋଲରାଗଡ଼), ସାମନ୍ତସିଂହାର (ଗଡ଼ଚାନ୍ଦପୁର), ରାୟ ସାମନ୍ତ (ଗଡ଼ବାଙ୍ଗର), ସାମନ୍ତରାୟ (ପଦନପୁର ଗଡ଼), ସାମନ୍ତ ଶ୍ରୀଚନ୍ଦନ (ଗଡ଼ମୃଗଶିରା) ପ୍ରଭୃତି।
ଏମାନଙ୍କୁ ଆଜି ଆମେ ସ୍ମରଣ କରୁଛେ- ଏଇମାନେ କୋଣାର୍କକୁ ପଥର ଆଣିବାର ବ୍ୟବସ୍ଥାରେ ମୁଖ୍ୟପୁରୋଧା ଥିଲେ। ପଥର ଆସିବା ପରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଗଜପତି ସିନା ଅର୍ଥବଳ ଯୋଗେଇଦେବେ! ଲୋକବଳ…!! ଚାପ ସଜାଡ଼ିବାଠୁ ଚାପଦଳେଇ, ଦଳବେହେରା, ମହ୍ଲାର, ଘାଟ ଦଳେଇଙ୍କୁ ସଜାଗ କରାଇ କର୍ମଚଞ୍ଚଳ କରାଇବା, ଚାପରୁ ପଥର ବୋହି ପଥୁରିଆଙ୍କୁ ଯୋଗାଇଦେବା ସହଜ କାମ ନୁହେଁ। ଦିନରାତି ଜଣାପଡ଼ି ନ ଥିବ ଏମାନଙ୍କୁ। ଏମାନଙ୍କ ତ୍ୟାଗ, ନିଷ୍ଠା ଓ ସହଯୋଗ ସବିଶେଷ ଆଲୋଚନା ସ୍ତରକୁ ଆଣିବା। ନଇଲେ ବାହାରିଆ ଲେଖକଙ୍କ ପାଟି ଚୁପ୍‌ ହେବନି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…

ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି?...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

୧୦ ଟଙ୍କାର ବେଲୁନ ବି ନେଇପାରେ ଜୀବନ!

ପ୍ରୟାଗରାଜ,୪।୧୦: ପ୍ରୟାଗରାଜର ସରାଇ ଇନାୟତ ପୋଲିସ ଷ୍ଟେଶନ ଅଞ୍ଚଳର ଫତୁହାଁ ଗ୍ରାମରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି,...

‘ଶିକ୍ଷାକ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ’

ଭାରତରେ ପ୍ରତିବର୍ଷ ୫ ସେପ୍ଟେମ୍ବରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବେ ପାଳନ କରାଯାଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷକ ଦିବସ ପ୍ରତିବର୍ଷ...

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ...

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା...

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri